ଆଜିଠାରୁ ମାଇଁଜିଓ ଆପ୍‌ରେ ଉପଲବ୍ଧ ହେଲା ଜିଓ ସାର୍‌ଥୀ, ସହଜରେ କରି ପାରିବେ ରିଚାର୍ଜ

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଏବେ ଜିଓ ସାର୍‌ଥୀ ନାମକ ଏକ ନୂଆ ଡିଜିଟାଲ ଆସିଷ୍ଟାନ୍ସ ଲଞ୍ଚ କରିଛି । ଯାହାର ସୁବିଧା ଆଜିଠାରୁ ମାଇଁଜିଓ ଆପ୍‌ରେ ଲୋକେ ଉଠାଇ ପାରିବେ । ଏହା ସାହାଯ୍ୟରେ ଗ୍ରାହକମାନେ ସହଜରେ ରିଚାର୍ଜ କରି ପାରିବା ସହ ଏହା ସ୍ୱର ଆଧାରିତ ଆସିଷ୍ଟାଣ୍ଟ ସେବା ବୋଲି ଜଣା ପଡ଼ିଛି ।

indiatoday.in

କିଛି ଲୋକଙ୍କୁ ମାଇଁଜିଓ ଆପ୍‌ ଜରିଆରେ ରିଚାର୍ଜ କରିବାକୁ ଅସୁବିଧା ହେଉଥିବାରୁ, ତାହାର ସମାଧାନ ପାଇଁ ଜିଓ ସାର୍‌ଥୀକୁ ଲଞ୍ଚ କରାଯାଇଛି । ଜିଓ ସାର୍‌ଥୀ ଆସିବା ପରେ ଅଧିକରୁ ଅଧିକ ବ୍ୟବହାରକାରୀ ଡିଜିଟାଲ ରିଚାର୍ଜ କରିବା ଆରମ୍ଭ କରିବେ ବୋଲି କମ୍ପାନୀ ଆଶା କରିଛି । ଜିଓ ସାର୍‌ଥୀ ବ୍ୟବହାରକାରୀଙ୍କୁ ରିଚାର୍ଜ କରିବା ସମୟରେ ଗାଇଡ୍‌ କରିବ । ଏହା ବ୍ୟବହାରକାରୀଙ୍କୁ ସଂପୂର୍ଣ୍ଣ ରିଚାର୍ଜ ପ୍ରକ୍ରିୟା ବିଷୟରେ ଗୋଟେ ପରେ ଗୋଟେ ଜଣାଇବ । ଆପଣଙ୍କ କାର୍ଡ ନମ୍ବର କେଉଁଠି ଏବଂ ଏହାକୁ କେଉଁଠି ଏଣ୍ଟର କରିବାର ଅଛି ସେ ବିଷୟରେ ମଧ୍ୟ ଜଣାଇବ । ଏବେ ଏହାକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ କରାଯାଇଥିବା ବେଳେ ପରେ ଏହାକୁ ୧୨ଟି ଅଞ୍ଚଳିକ ଭାଷାରେ ଉପଲବ୍ଧ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଜିଓ ସାର୍‌ଥୀର ଲାଭ ଉଠାଇବା ପାଇଁ ଆପଣଙ୍କୁ ମାଇଁଜିଓ ଆପ୍‌ ଅପ୍‌ଡେଟ୍‌ କରିବାକୁ ହେବ । ଏହା ପରେ ଆପ୍‌ ଖୋଲି ରିଚାର୍ଜ ବିକଳ୍ପ ଖୋଲିବା ସହ ଜିଓ ସାର୍‌ଥୀ ଆସିଷ୍ଟାଣ୍ଟ ଉପରେ କ୍ଲିକ୍‌ କରିବାକୁ ହେବ । ଏହା ପରେ ଜିଓ ସାର୍‌ଥୀ ଆସିଷ୍ଟାଣ୍ଟ ଆପଣଙ୍କୁ ଗାଇଡ୍‌ କରିବା ଆରମ୍ଭ କରିବ ।

ସମ୍ବନ୍ଧିତ ଖବର