କାଷ୍ଟିଂ ଏଜେଣ୍ଟ କାମ ଦେବାକୁ ଭାରତ ଆଣି ଲୁଟି ନେଇଥିଲେ ୨୦ଲକ୍ଷ ଟଙ୍କା, ବହୁ କଷ୍ଟରେ ନିଜ କ୍ୟାରିୟର ଗଢ଼ିଥିଲେ ନୋରା ଫତେହି

ମୁମ୍ବାଇ : ଏବେ ଚର୍ଚ୍ଚାରେ ଓ ସାକି ସାକି ଗର୍ଲ ନୋରା ଫତେହି । ଫିଲ୍ମ ବଟାଲା ହାଉସ୍‌ରେ ଏହି ଗୀତ ଥିବା ବେଳେ ନୋରାଙ୍କ ନୃତ୍ୟ ଶୈଳୀ ସମସ୍ତଙ୍କୁ ପସନ୍ଦ ଆସିଛି । ଏଇ କିଛି ଦିନ ମଧ୍ୟରେ ଅନେକ ହିଟ୍‌ ଆଇଟମ୍‌ ଗୀତରେ ନୋରା ନଜର ଆସି ସାରିଥିବା ବେଳେ ବଲିଉଡ୍‌ରେ ତାଙ୍କ ଚାହିଦା ବଢ଼ିବାରେ ଲାଗିଛି । ତେବେ ପ୍ରଥମେ ପ୍ରଥମେ କାମ ଆରମ୍ଭ କରିବା ପୂର୍ବରୁ ଅନେକ ସମସ୍ୟାର ସାମ୍ନା କରିଥିଲେ ନୋରା । ଯାହା ବିଷୟରେ ଏକ ସାକ୍ଷାତକାରରେ ନୋରା ଜଣାଇଛନ୍ତି ।

Image result for nora-fatehi
NDTV Khabar

ତାଙ୍କ ଅନୁଯାୟୀ, କାନାଡାରୁ ଭାରତ ଆସିବା ପରେ ମୋତେ ଏଠାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ମୋ ଭାଷା କେହି ନ ବୁଝି ପାରିବା ସହ ମୁଁ କାହାର ଭାଷା ବୁଝି ପାରୁ ନଥିଲି । ଯେଉଁ କାଷ୍ଟିଂ ଏଜେଣ୍ଟ ମୋତେ ଭାରତ ଆଣିଥିଲେ, ଧିରେ ଧିରେ ତାଙ୍କ ବ୍ୟବହାର ମୋ ପ୍ରତି ବଦଳିଥିଲା । କାମ ନ ଦେଇ ସେ ମୋଠାରୁ ଟଙ୍କା ନେଇ ଚାଲିଥିଲେ । ଯେତେବେଳେ ତାଙ୍କ ଉପରେ ସନ୍ଦେହ କରି ମୁଁ ତାଙ୍କ ସହ କାମ କରିବି ନାହିଁ ବୋଲି ମନା କରିଥିିଲି, ସେତେବେଳେ ସେ ମୋଠାରୁ ନେଇଥିବା ଟଙ୍କା ଫେରାଇବାକୁ ମନା କରିଦେଇଥିଲେ । ପ୍ରାୟ ୨୦ଲକ୍ଷ ଟଙ୍କାର କ୍ଷତି ମୁଁ ସହିଥିଲି । ଯାହା ପରେ ମୁଁ ହିନ୍ଦୀ ଶିଖିବା ଆରମ୍ଭ କରିଥିଲି । ଅଡିସନ ସମୟରେ ଲୋକେ ମୋ ଉପରେ ହସୁଥିଲେ । ଘରକୁ ଫେରିବା ସମୟରେ ମୁଁ କାନ୍ଦି କାନ୍ଦି ଘରକୁ ଫେରୁଥିଲି । ଥରେ ମୋତେ ଜଣେ କାଷ୍ଟିଂ ଡିରେକ୍ଟର କାନାଡା ଫେରିଯିବାକୁ ମଧ୍ୟ କହିଥିଲେ । ସେ ସବୁକୁ ସାମ୍ନା କରି ଆଜି ମୁଁ ଏଠାରେ ପହଞ୍ଚିଛି ବୋଲି କହିଛନ୍ତି ନୋରା ।

ସମ୍ବନ୍ଧିତ ଖବର