ପେଟରେ ଯନ୍ତ୍ରଣା ନେଇ ଚିକିତ୍ସା ପାଇଁ ଯାଇଥିବା ମହିଳାଙ୍କୁ ଏଭଳି ଜିନିଷ ବ୍ୟବହାର କରିବାକୁ କହି ଫସିଲେ ଡାକ୍ତର

ନୂଆଦିଲ୍ଲୀ: ସରକାରୀ ଡାକ୍ତରଖାନାରେ ଚିକିତ୍ସା ସମୟରେ ରୋଗୀଙ୍କ ପ୍ରତି ଅବହେଳା କରାଯିବା ଖବର କିଛି ନୂଆ ନୁହେଁ । ଅନେକ ଥର ଏଭଳି ଘଟଣା ସାମ୍ନାକୁ ଆସି ସାରିଥିବା ବେଳେ ଝାଡ଼ଖଣ୍ଡର ଘାଟଶିଲାରେ ଏବେ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳା ପେଟରେ ଯନ୍ତ୍ରଣା ନେଇ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ଔଷଧ ବଦଳରେ ଯାହା ବ୍ୟବହାର କରିବାକୁ କହିଥିଲେ, ତାକୁ ନେଇ ଏବେ ବିବାଦ ଆରମ୍ଭ ହୋଇ ଯାଇଛି ।

ବିଧାନସଭାରେ ଏହି ମାମଲାକୁ ନେଇ ଆଲୋଚନା କରାଯିବା ସହ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ କୁନାଲ ଷଡ଼ଙ୍ଗୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଏହି ମାମଲା ଏବେ ଏତେ ଗମ୍ଭୀର ହୋଇପଡ଼ିଛି କି, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାନରେ ମଧ୍ୟ ଏହି କଥା ପଡ଼ି ସାରିଲାଣି ।

oneindia.com

ସୂଚନା ମୁତାବକ, ଘାଟଶିଲାର ସରକାରୀ ଡାକ୍ତରଖାନାକୁ ଜୁଲାଇ ୨୩ରେ ଜଣେ ମହିଳା ଗ୍ୟାସ୍‌ ପାଇଁ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଯାଇଥିଲେ । ଡାକ୍ତର ମହିଳାଙ୍କୁ ଦେଖି କାଗଜରେ କିଛି ଔଷଧର ନାଁ ଲେଖି ଦେଇଥିଲେ । ମହିଳା ସେହି କାଗଜକୁ ଧରି ଔଷଧ ଆଣିବାକୁ ଯିବା ପରେ ଡାକ୍ତର କାଗଜରେ ତାଙ୍କୁ କଣ୍ଡୋମ ବ୍ୟବହାର କରିବାକୁ କହିଥିବା ଜାଣିଥିଲେ । ଏହା ପରେ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଏ ନେଇ ଅଭିଯୋଗ କରିଥିଲେ । ଯାହା ପରେ ଧିରେ ଧିରେ ଖବର ପ୍ରସାର ହେବା ସହ ବିଧାନସଭାରେ ଏହା ଆଲୋଚନାର ବିଷୟ ପାଲଟି ସାରିଛି ।

ସମ୍ବନ୍ଧିତ ଖବର