ବିମାନର ଝରକା ଖୋଲାଥିଲା, ଜୟପୁରରେ ଲ୍ୟାଣ୍ଡ୍‌ କଲା ଲକ୍ଷ୍ନୌରୁ କରାଚି ଅଭିମୁଖେ ଯାଉଥିବା ବିମାନ

ଜୟପୁର: କରାଚି ଅଭିମୁଖେ ଯାଉଥିବା ଏକ ବିମାନଟି ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଉଡ଼ାଣ ଭରିଥିବାର କିଛି ସମୟ ପରେ ସେସନା ବିମାନର ଝରକା ଖୋଲା ଅଛି ବୋଲି ସୂଚନା ପାଇବା ପରେ ମଙ୍ଗଳବାର ବିମାନ ଚାଳକ ବିମାନଟିକୁ ଜୟପୁରଠାରେ ଜରୁରିକାଳୀନ ଲ୍ୟାଣ୍ଡିଂ କରାଇଛନ୍ତି। ଏଏନ୍‌ଆଇ କରିଥିବା ଏକ ଟୁଇଟ୍‌ ମୁତାବକ, ଏହି ବିମାନଟି ସକାଳୁ ସକାଳୁ ଲକ୍ଷ୍ନୌରୁ କରାଚି ଅଭିମୁଖେ ଉଡ଼ାଣ ଭରିଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିମାନଟିରେ କେବଳ କକ୍‌ପିଟ୍‌ କ୍ରିୟୁ ଥିଲେ। ବିମାନରେ କେବଳ କକ୍‌ପିଟ୍‌ କ୍ରିୟୁ ଥିଲେ ବୋଲି ଷ୍ଟେଟ୍‌ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ସୂଚନା ଦିଆଯାଇଥିଲା ବୋଲି ଜୟପୁରର ବିମାନ ଅଧିକାରୀ କହିଛନ୍ତି।

ଚଳିତବର୍ଷ ଅଗଷ୍ଟ ମାସରେ ବେସାମରିକ ବିମାନ ଚଳାଚଳର ସାଧାରଣ ନିର୍ଦ୍ଦେଶକ ସେସନା ବିମାନର ଜଣେ କମାଣ୍ଡରଙ୍କର ଉଡ଼ାଣ ଲାଇସେନ୍ସକୁ ରଦ୍ଦ କରି ଦେଇଥିଲେ। ବିମାନ ଚାଳକ ରାଜସ୍ଥାନର ଗଙ୍ଗାନଗର ବିମାନବନ୍ଦରରେ ବିମାନକୁ ଲ୍ୟାଣ୍ଡ୍‌ କରାଉଥିବା ବେଳେ ବିମାନବନ୍ଦରରର କାନ୍ଥରେ ପିଟି ଦେଇଥିବା ନେଇ ତାଙ୍କ ଲାଇସେନ୍ସ ରଦ୍ଦ ହୋଇଥିଲା।

ସମ୍ବନ୍ଧିତ ଖବର