ସାଇକେଲ ସେବା ବି ଆରମ୍ଭ କରିବ ଓଲା

ମୁମ୍ବାଇ: ଯାହା ଜଣାପଡୁଛି କେବଳ ଟାକ୍ସି ବା ଅଟୋ ସେବାକୁ ନେଇ ସନ୍ତୁଷ୍ଟ ନାହିଁ ଓଲା । କମ୍ପାନି ପକ୍ଷରୁ ଏବେ ସାଇକେଲ ସେବା ପାଇଁ ଯୋଜନା କରାଯାଉଥିବା ଜଣାଯାଇଛି । ଏହି ସେବାର ନାଁ ରଖା ଯାଇଛି ପେଡାଲ ।

 

ଯେଉଁ ସ୍ଥାନଗୁଡିକ ବେଶ ଦୂରରେ ନାହିଁ, କିନ୍ତୁ ଚାଲିଚାଲି ବି ଯାଇହେବ ନାହିଁ, ସେଠାକୁ ସାଇକେଲ ସାହାଯ୍ୟରେ ଯାତ୍ରୀମାନେ ସହଜରେ ଯାଇପାରିବେ । ଏପରି ସ୍ଥାନ ହେଉଛି ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ, କର୍ପୋରେଟ୍‌ କ୍ୟାମ୍ପସ ଆଦି । ସେହି ସବୁ ସ୍ଥାନରେ ସାଇକେଲ ରଖି ଏହି ସେବା ଆରମ୍ଭ କରିବ ଓଲା । ଯାତ୍ରୀମାନେ ଆଧାରକାର୍ଡ ବା କ୍ୟୁଆର୍‌ କୋର୍ଡ ବ୍ୟବହାର କରି ସାଇକେଲ ନେଇପାରିବେ ଓ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପରେ ସାଇକେଲକୁ ତାଲା ପକାଇ ରଖି ଯାଇପାରିବେ । ଓଲା ଆପ ମାଧ୍ୟମରେ ଏହାକୁ ବୁକ୍‌ କରିହେବ । ସାଇକେଲଟି ଗମନାଗମନର ଏକ ପରିବେଶ ଅନୁକୂଳ ଉପାୟ ମଧ୍ୟରେ ଅନ୍ୟତମ । ଏହି ସେବା ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର ପାଇଁ କମ୍ପାନି ଲକ୍ଷ୍ୟ ରଖିଛି ।

ତେବେ ଦେଶବ୍ୟାପୀ ଓଲାର ଏହି ସେବା ଆରମ୍ଭ ହେବାକୁ ଆଉ କିଛି ଦିନ ସମୟ ଲାଗିବ। କାରଣ ଏବେ କମ୍ପାନି ପକ୍ଷରୁ ଏହି ସେବାର ପାଇଲଟ୍‌ ପ୍ରକଳ୍ପ କେତେକ ନିର୍ଦ୍ଦିଷ୍ଟ ବିଶ୍ୱବିଦ୍ୟାଳୟରେ ଚାଲିଛି ।

ସମ୍ବନ୍ଧିତ ଖବର