ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କକୁ ଡିଜିଟାଲ ପେମେଣ୍ଟ ଆୱାର୍ଡ

ଭୁବନେଶ୍ବର: ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କ ଲିମିଟେଡକୁ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି। ୧୦୦ କୋଟି ଟଙ୍କାର ବୃହତ୍ କାରବାର ବର୍ଗରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ କମ୍ପାନିକୁ ଏହି ପୁରସ୍କାର ମିଳିଛି। ଷ୍ଟାର୍ଟ ଅପ୍ ସମ୍ମିଳନୀ ଅବସରରେ କେନ୍ଦ୍ର ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ଡିଜିଟାଲ କାରବାର ପାଇଁ ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ୩୫୪ କୋଟି ଟଙ୍କାର କାରବାର ଲକ୍ଷ୍ୟକୁ କମ୍ପାନି ଅତିକ୍ରମ କରିବା ସହିତ ଏ କ୍ଷେତ୍ରରେ ୧୨୩ ପ୍ରତିଶତ ସଫଳତା ହାସଲ କରିଛି। ଏହି ପରିପ୍ରେକ୍ଷୀରେ ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସତୀଶ କୁମାର ଗୁପ୍ତା କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ। ବ୍ୟାଙ୍କ ସେବା ପହଞ୍ଚି ପାରୁ ନଥିବା ଅଞ୍ଚଳର ଲୋକଙ୍କୁ ଅତ୍ୟାଧୁନିକ ପ୍ରଯୁକ୍ତି ସହାୟତାରେ ନୂଆ ପିଢ଼ିର ବ୍ୟାଙ୍କ ସେବା ଯୋଗାଇବା ପାଇଁ କମ୍ପାନି ରଖିଥିବା ମିସନ‌ ଦିଗରେ ଅଧିକ କାର୍ଯ୍ୟ କରିବା ନିମନ୍ତେ ଏହା ଆମକୁ ପ୍ରେରଣା ଦେବ ବୋଲି ଶ୍ରୀ ଗୁପ୍ତା କହିଛନ୍ତି।

ସମ୍ବନ୍ଧିତ ଖବର