ରେଡମି ସ୍ମାର୍ଟଫୋନ୍‌ କ୍ରୟ କରନ୍ତୁ, ପ୍ରଥମ ଥର ପାଇଁ ଏହି ଅଫରର ଫାଇଦା ଉଠାନ୍ତୁ

ନୂଆଦିଲ୍ଲୀ: ରେଡମି ସ୍ମାର୍ଟଫୋନ୍‌ର ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ଭାରତରେ ଏହି ଫେଷ୍ଟିଭାଲ ଏପ୍ରିଲ ୫ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଫେଷ୍ଟିଭାଲରେ କମ୍ପାନି ବିଭିନ୍ନ ପ୍ରକାର ଅଫର ଦେବ ବୋଲି ଘୋଷଣା କରିଛି। ଏଥରକ ଏହି ସେଲରେ ଗ୍ରାହକଙ୍କ ପାଇଁ ରହିଛି କିଛି ସ୍ୱତନ୍ତ୍ର ଅଫର ।

ରେଡମି ନୋଟ ୫ ପ୍ରୋର ସେଲ ଏପ୍ରିଲ ୫ରୁ ଦ୍ୱିପହର ୧୨ରୁ ଆରମ୍ଭ ହୋଇଯିବ। ଏହି ସେଲରେ ଯଦି କେହି ରେଡମି ନୋଟ ୫ପ୍ରୋ ସ୍ମାର୍ଟଫୋନ୍‌କୁ କ୍ରୟ କରୁଛି ତେବେ କମ୍ପାନି ତରଫରୁ ଏମଆଇ ଇୟରଫୋନ୍‌ ମାଗଣାରେ ମିଳି ପାରିବ। ପ୍ରଥମଥର କମ୍ପାନି ତରଫରୁ ଏହି ଅଫର ପ୍ରଦାନ କରାଯାଇଛି। ଏହା ପୂର୍ବରୁ କମ୍ପାନି ସ୍ମାର୍ଟଫୋନ୍‌ ସହିତ ମାଗଣାରେ କଭର ଦେଉଥିଲା।

ଏହାର ଅନ୍‌ଲାଇନ୍‌ ସେଲ www.flipkart.com ଓ www.mi.comରେ କରାଯିବ। ସେଲ ସମୟରେ ଯଦି ଗ୍ରାହକ ଏମ୍‌.କମରୁ କ୍ରୟ କରନ୍ତି ଏବଂ କ୍ରୟ କରିବା ସମୟରେ ଷ୍ଟେଟ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରନ୍ତି ତେବେ ସେମାନଙ୍କୁ ୫ପ୍ରତିଶତ ରିହାତି ମିଳିବ।

ଏତ୍‌ଦ ବ୍ୟତୀତ ରେଡମି ନୋଟ ୫ ପ୍ରୋକୁ ଫ୍ଲିପ୍‌କାର୍ଟରୁ କ୍ରୟ କରିବା ବେଳେ ଏକ୍ସିସ୍‌ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରି ଗ୍ରାହକ କ୍ରୟ କରୁଛନ୍ତି ତେବେ ସେମାନଙ୍କୁ ବି ୫ ପ୍ରତିଶତ ରିହାତି ମିଳିବ। ଏହି ସ୍ମାର୍ଟଫୋନରେ ରିଲାଏନ୍ସ ଜିଓ ତରଫରୁ ୨,୨୦୦ ଟଙ୍କା ଫେରସ୍ତ ଅଫର ବି ରହିଛି। କିନ୍ତୁ ଏହି ଟଙ୍କା ରିଚାର୍ଜ ଭାଉଚର ଜରିଆରେ ମିଳିବ। ରେଡମି ୫ ପ୍ରୋରେ ୬ଜିବି ର‍୍ୟାମ ଓ ୬୪ଜିବି ଇଣ୍ଟରନାଲ ମେମୋରି ମିଳିବ ଯାହାର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ସେହିପରି ଏହାର ୪ଜିବି ରେମ୍‌ ଓ ୬୪ଜିବି ଇଣ୍ଟରନାଲ ମୋମୋରି ଥିବା ଫୋନ୍‌ର ମୂଲ୍ୟ ୧୩,୯୯୯ଟଙ୍କା।

ସମ୍ବନ୍ଧିତ ଖବର