ସନ୍ନିଙ୍କ ସଂପର୍କରେ ତାଙ୍କ ବାପାମାଆଙ୍କ ଧାରଣା ଏମିତି, ବାୟୋପିକ୍‌ରେ ରହିଛି ଅନେକ କଳା କାହାଣୀ

ମୁମ୍ବାଇ: ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କ ଜୀବନରେ ବହୁ ଅପବାଦ ସହିଛନ୍ତି ବୋଲି ପୂର୍ବରୁ ଅନେକ ସାକ୍ଷାତକାରରେ କହି ସାରିଛନ୍ତି। ସେ ଆହୁରି ବି କହିଛନ୍ତି କି ଲୋକ ଭାବନ୍ତି ଭାରତ ଆସିବା ପରେ ହିଁ ତାଙ୍କୁ ଅପବାଦ ଓ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ମାତ୍ର ବାସ୍ତବ କଥାଟି ହେଲା ୨୧ ବର୍ଷ ବୟସରୁ ସନ୍ନିଙ୍କ ବିରୋଧରେ ସମାଜ ସ୍ୱର ଉଠାଇଛି। ତା’ ସତ୍ତ୍ୱେ ବି ସେ ନିରାଶ ହୋଇନଥିଲେ।

ନିଜ ବାପାମାଆଙ୍କ ବିଷୟରେ ନିକଟରେ ଏକ ସାକ୍ଷାତ୍‌କାର୍‌ରେ କହିବା ବେଳେ ଟିକେ ଭାବପ୍ରବଣ ହୋଇପଡ଼ିଥିଲେ ସେ। ସନ୍ନିଙ୍କ କହିବା ଅନୁସାରେ, ଏ ସମାଜ ପରି ତାଙ୍କ ବାପାମାଆ କିନ୍ତୁ ତାଙ୍କୁ କେବେ ଘୃଣ୍ୟ ଦୃଷ୍ଟିରେ ଦେଖିନାହାନ୍ତି। ବରଂ ଯେତେ ହୋଇପାରିବ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ସ୍ନେହ, ସମର୍ଥନ ଓଜାଡ଼ି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସନ୍ନିଙ୍କ ଜୀବନର ସମସ୍ତ କଳା ଅଧ୍ୟାୟ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କୁ ଆଉ ବିଶେଷ କଷ୍ଟ କରିବାକୁ ପଡ଼ିବ ନାହିଁ। ସନ୍ନିଙ୍କ ଜୀବନୀ ଉପରେ ଆଧାରିତ ଅପକମିଂ ଚଳଚ୍ଚିତ୍ର ‘କର୍‌ନଜୀତ କୌର୍‌:ଦ ଅନ୍‌ଟୋଲ୍ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନି’ରେ ଦର୍ଶକ ସେ ସବୁକୁ ଦେଖିବାର ସୁଯୋଗ ପାଇବେ। ଆପଣ ଏକଥା ଜାଣିଥିବେ ନିଶ୍ଚୟ ଯେ ସନ୍ନିଙ୍କ ମୂଳନାମ କର୍‌ନଜୀତ କୌର। ତାଙ୍କ ଜନ୍ମସ୍ଥାନ କାନ୍ନାଡା।

ସମ୍ବନ୍ଧିତ ଖବର