ଦେଶରେ ପ୍ରତିଦିନ ୩୪ଟି ବ୍ୟାଙ୍କ୍‌ ଠକେଇ ହେଉଛି, ବିପଦରେ ୨୦% ସମ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ପ୍ରତି ଦିନ ୩୪ଟି ବ୍ୟାଙ୍କ୍‌ ଠକେଇ ମାମଲା ଆସୁଛି। ଏହା ଦ୍ୱାରା ବ୍ୟାଙ୍କ୍‌ର ୨୦ ପ୍ରତିଶତ ସମ୍ପତ୍ତି ବିପଦ ଆଡ଼କୁ ଠେଲି ହୋଇ ଯାଉଛି। ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଆର୍ଥିକ ବର୍ଷ ୨୦୧୬-୧୭ରେ ସମୁଦାୟ ୧୨,୫୫୩ ଠକେଇ ମାମଲା ନଜରକୁ ଆସିଛି। ଏହି ସବୁ ଠକେଇରେ ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ୧୮,୧୭୦ କୋଟି ଟଙ୍କା କ୍ଷତି ପହଞ୍ଚାଇଛି। ଏହି ଠକେଇରେ ମହାରାଷ୍ଟ୍ରରେ ସର୍ବାଧିକ ୩,୯୮୩ ମାମଲା ଆସଛି। ସେହିଭଳି ପଞ୍ଜାବ ନ୍ୟାସନାଲ ବ୍ୟଙ୍କ ୨୮୧୦ କୋଟି ଟଙ୍କା କ୍ଷତି ସହ୍ୟ କରିଛି।

‘ଇଷ୍ଟିଚ୍ୟୁସନ୍ୟାନ ଇନଭେଷ୍ଟର ଏଡଭାଇଜରି ସର୍ଭିସେସ୍‌’ର ରିପୋର୍ଟ ଅନୁସାରେ ବ୍ୟାଙ୍କ ଠକେଇର ଏହି ମାମଲା ୨୦୧୬ ଏପ୍ରିଲରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ନିଆଯାଇଛି। ରିପୋର୍ଟ ଅନୁସାରେ କିଛି ବ୍ୟାଙ୍କରେ ଦୁର୍ନୀତି କମ୍‌ ହୋଇଥିବା ବେଳେ, ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ସଂଖ୍ୟା ଅଛନ୍ତି ଅଧିକ। ଏଥି ପାଇଁ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ସଂଶୋଧନ କରିବାର ସମୟ ଆସିଛି। ମହାରାଷ୍ଟ୍ରରେ ବ୍ୟାଙ୍କ ଦୁର୍ନୀତି ଏହାର ସମୁଦାୟ ସମ୍ପତ୍ତିର ୧.୦୨ ପ୍ରତିଶତ। ଏହି ବ୍ୟାଙ୍କ୍‌ର ବାର୍ଷିକ ଏନ୍‌ପିଏକୁ ଯଦି ଯୋଡ଼ାଯିବ ପୂରା ସମ୍ପତ୍ତି ୨୦ ପ୍ରତିଶତ ପ୍ରତି ବର୍ଷ ବିପଦ ଆଡ଼କୁ ଠେଲି ହୋଇଯିବ।

ରିପୋର୍ଟରେ କୁହାଯାଇଛି, ସରକାରୀ ବ୍ୟାଙ୍କ୍‌ରେ ଅଧିକ ଠକେଇ ହେଉଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ଦେଶବ୍ୟାପୀ ଥିବା ଶାଖାଗୁଡ଼ିକରେ ଅଲଗା ଅଲଗା ଅଡିଟ୍‌ କରାଇବା, ଶହ ଶହ ସଂଖ୍ୟାରେ ଅଡିଟରଙ୍କୁ ରଖିବା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ।

ସମ୍ବନ୍ଧିତ ଖବର