ଭୂମି ଫାଟି ହୋଇଯିବ ଦୁଇଫାଳ, ସୃଷ୍ଟି ହେବ ନୂଆ ମହାସାଗର !

ଆଫ୍ରିକା ମହାଦ୍ୱୀପ ଦୁଇ ଖଣ୍ଡରେ ବାଣ୍ଟି ହୋଇଯିବ ବୋଲି ଗବେଷକମାନେ ମତ ଦେଇଛନ୍ତି। ଆଉ ଆଗାମୀ ଏକ କୋଟି ବର୍ଷ ମଧ୍ୟରେ ଏହି ଦୁଇ ଖଣ୍ଡ ମଧ୍ୟରେ ଏକ ମହାସାଗର ସୃଷ୍ଟି ହୋଇଯିବ । ତେବେ ଏହି ପ୍ରକ୍ରିୟା ଏବେ ଠାରୁ ଆରମ୍ଭ ହୋଇସାରି ଥିବା ଦେଖିବାକୁ ମିଳିଛି। ଦକ୍ଷିଣ ପଶ୍ଚିମ ଇଲାକାରେ ଏକ ଦୀର୍ଘକାୟ ଫାଟ ସୃଷ୍ଟି ହୋଇଛି ଏବଂ ଲଗାତର ଭାବେ ଏହାର ଆକାର ପ୍ରକାର ବୃଦ୍ଧି ପାଇବାରେ ଲାଗିଛି। ଏଠାକାର ନୌରବି-ଲରିକ ହାଇୱେ ସଂପୂର୍ଣ୍ଣ ଭାବରେ ନଷ୍ଟ ଭ୍ରଷ୍ଟ ହୋଇଯାଇଛି । ଭୂମିକମ୍ପର ଗତିବିଧି ମଧ୍ୟ ଏଠାରେ ଦ୍ରୁତ ଗତିରେ ବଢି ଚାଲିଛି ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ପୃଥିବୀ ପୃଷ୍ଠରେ ଥିବା ଲିଥେସ୍ପେୟର ବିଭିନ୍ନ Tectonic platesରେ ବିଭାଜିତ ହୋଇଥାଏ । ଏହି ପ୍ଲେଟଗୁଡିକ ଭିନ୍ନ ଭିନ୍ନ ବେଗରେ ପରସ୍ପର ଆଡକୁ ଗତି କରିଥାନ୍ତି । ଏଗୁଡ଼ିକ ଏଥେନୋସ୍ପିୟର ଉପରେ ଚଳପ୍ରଚଳ କରିଥାନ୍ତି । କୁହାଯାଏ କି, ଏଥେନୋସ୍ପିୟର ପରିକ୍ରମା ଏବଂ ପରିଧିରୁ ସୃଷ୍ଟି ହୋଇଥିବା ବଲ୍‌ ଏଗୁଡିକୁ ଆହୁରି ଗତିଶୀଳ କରିଥାଏ । ଏହି ଶକ୍ତି ପ୍ଲେଟର ସାମାନ୍ୟ ରୂପରେ ଗତି କରି ନଥାଏ ବରଂ କେବେ କେବେ ପ୍ଲେଟର ପରିଧିକୁ ଭାଙ୍ଗି ମଧ୍ୟ ଦେଇଥାଏ । ଯାହାଦ୍ୱାରା ପୃଥିବୀରେ ଫାଟ ସୃଷ୍ଟି ହୋଇଥାଏ। ଫଳରେ ଆଉ ଏକ ନୂତନ ପ୍ଲେଟ ବାଉଣ୍ଡ୍ରି ସୃଷ୍ଟି ହେବାର ସ୍ଥିତି ଉପୁଜିଥାଏ ।

ପୃଥିବୀ ପୃଷ୍ଠରେ ଏଭଳି ଧରଣର ଫାଟ ସୃଷ୍ଟି ହେବାର କାରଣ କୌଣସି ମହାଦ୍ୱୀପର ବିଭାଜନର ଆରମ୍ଭ ଅଟେ । ଯଦି ଏହି ପ୍ରକ୍ରିୟା ଜାରି ରହେ ତେବେ ଏହାର ଫଳସ୍ୱରୂପ ସେଠାରେ ଏକ ନୂଆ ମହାସାଗର ସୃଷ୍ଟି ହୋଇଯାଇଥାଏ । ୧୩ କୋଟି ୮୦ଲକ୍ଷ ବର୍ଷ ପୂର୍ବରୁ ଏହି ପ୍ରକ୍ରିୟା କାରଣରୁ ଦକ୍ଷିଣ ଆମେରିକା ଏବଂ ଆଫ୍ରିକା ମହାଦ୍ୱୀପ ଅଲଗା ହୋଇଯାଇଥିଲା । ଏହି ଦୁଇଟି ମହଦ୍ୱୀପ ତଟବର୍ତ୍ତୀ ଅଞ୍ଚଳ ଦୃଶ୍ୟ ଏହାକୁ ପ୍ରମାଣିତ କରୁଛି ।

ସମ୍ବନ୍ଧିତ ଖବର