ମୁକେଶ ଅମ୍ବାନୀଙ୍କ କମ୍ପାନିରେ କାମ କରୁଥିବା ୧୦୦୦ କର୍ମଚାରୀ ହରାଇଲେ ଚାକିରି

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ନେତୃତ୍ବରେ ଥିବା ଭାରତର ସବୁଠାରୁ ବଡ ଅନଲାଇନ ରିଟେଲ କମ୍ପାନି ରିଲାଏନ୍ସ ଜିଓମାର୍ଟରେ ବହୁ ସଂଖ୍ୟକ କର୍ମଚାରୀଙ୍କ ଛ‌‌ଟେଇ ହୋଇଛି।

ପ୍ରକାଶିତ ଖବର ମୁତାବକ, କମ୍ପାନି ଏକ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛି। ନିକଟରେ ଜିଓ ମାର୍ଟ ମେଟ୍ରୋ କ୍ୟାସ ଆଣ୍ଡ୍ କ୍ୟାରି ବ୍ୟବସାୟକୁ ଭାରତରେ ଆରମ୍ଭ କରିବା ପାଇଁ ଯୋଜନା କରିଛି। ତେବେ ଏଭଳି ଛଟେଇ କମ୍ପାନି ଏହି ଯୋଜନା ଚୁକ୍ତି ହେବାପରେ କରିଛି। ଆଗାମୀ ଦିନରେ ବି କମ୍ପାନି ବହୁସଂଖ୍ୟାରେ କର୍ମଚାରୀଙ୍କୁ ଚାକିରିରୁ ବ‌ାହାର କରି ଦେଇପାରେ ବୋଲି କୁହାଯାଉଛି। ଏହି କାରଣରୁ ୧୦୦୦ରୁ ଊର୍ଧ୍ବ କର୍ମଚାରୀଙ୍କ ଚାକିରି ଯିବାର ସମ୍ଭାବନା ରହିଛି ।

ପ୍ରକାଶିତ ରିପୋର୍ଟ ମୁତାବକ, ଜିଓମାର୍ଟରେ କର୍ମଚାରୀଙ୍କ ଛଟେଇ ଏବେ ଆରମ୍ଭ ମାତ୍ର। ଆଗାମୀ ଦିନରେ ଜିଓମାର୍ଟ ନିଜର ୧୫,୦୦୦ କର୍ମଚାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶ କର୍ମଚାରୀଙ୍କୁ ଚାକିରିରୁ ବ‌ାହାର କରିଦେବ ବୋଲି କହାଯାଉଛି । ଏହି କ୍ରମରେ ଜିଓମାର୍ଟ ନିଜର କର୍ପୋରେଟ ଅଫିସରେ ୫୦ ଅଧିକାରୀଙ୍କ ସମେତ ୧,୦୦୦କର୍ମଚାରୀଙ୍କୁ ଇସ୍ତଫା ଦେବାକୁ କହିଛି। ଜିଓମାର୍ଟ ପ୍ରଦର୍ଶନ ସୁଧାର ଯୋଜନା (ପିଆଇପି)ଆଧାର‌ରେ ପ୍ରଥମରୁ ୧୦୦୦ରୁ ଊର୍ଧ୍ବ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା ରଖିଛି।

ସମ୍ବନ୍ଧିତ ଖବର