ମା’-ବାପାଙ୍କ ଦେଖାଶୁଣା ପାଇଁ ଦରମା ନେଉଛନ୍ତି ଝିଅ, ଏହା ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ: ବୃଦ୍ଧାବସ୍ଥାରେ ପିତାମାତାଙ୍କ ସେବା କରିବା ପିଲାମାନଙ୍କର କର୍ତ୍ତବ୍ୟ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି କେହି ଏଥିପାଇଁ ଦରମା ନିଅନ୍ତି ତେବେ ଆପଣ କ’ଣ କହିବେ? ଆଜ୍ଞା ହଁ ଆପଣଙ୍କୁ ଏ କଥାଟି ଟିକେ ଅଜବ ଲାଗୁଥିଲେ ବି ଏହା ସତ। ଚୀନରେ ଏପରି ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଝିଅ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ବଦଳରେ ଦରମା ନେଉଛନ୍ତି। ପିତାମାତାଙ୍କ ନିର୍ଦ୍ଦେଶକ୍ରମେ ସେ ଏଭଳି କରୁଥିବା ଜଣାପଡ଼ିଛି।

ଏସସିଏମପି ରିପୋର୍ଟ ଅନୁଯାୟୀ, ଝିଅ ନିଜ ପିତାମାତାଙ୍କ ଯତ୍ନ ନେବା ପାଇଁ ଚାକିରି ଛାଡିଥିଲେ। ଏହାର ପ୍ରତିବଦଳରେ ସେ ପିତାମାତାଙ୍କଠାରୁ ନିୟମିତ ଦରମା ନେଉଥିବା ସାମ୍ନାକୁ ଆସିଛି। କୌତୁହଳର ବିଷୟ ହେଉଛି ପିତାମାତା ନିଜେ ତାଙ୍କୁ ଏହି ଅଫର ଦେଇଥିଲେ।

ତେବେ ଏହା ହେଉଛି ୪୦ବର୍ଷ ବୟସ୍କା ନିଆନନଙ୍କ କାହାଣୀ। ସେ ୧୫ବର୍ଷ ଧରି ଏକ ନ୍ୟୁଜ୍ ଏଜେନ୍ସିରେ କାମ କରୁଥିଲେ। ସମୟ ସହ କାମର ଚାପ ବହୁତ ବୃଦ୍ଧି ପାଇବାରୁ ସେ ଚିନ୍ତିତ ରହିବା ଆରମ୍ଭ କରିଥିଲେ। ଏନେଇ ସେ ତାଙ୍କ ପିତାମାତାଙ୍କ ସହ ଯୋଗାଯୋଗ କରି ନିଜ ସମସ୍ୟା ଜଣାଇଥିଲେ। ଝିଅର ସମସ୍ୟା ଜାଣିବା ପରେ ପିତାମାତାଙ୍କ ହୃଦୟ ତରଳିଯିବା ସହ ସେମାନେ ଝିଅକୁ ଘରକୁ ଡାକିବାକୁ ସ୍ଥିର କଲେ। କିନ୍ତୁ ନିଆନନ ଚାକିରି ଛାଡ଼ି ଆସିବାକୁ ପ୍ରସ୍ତୁତ ନଥିଲେ। ଏଭଳି ପରିସ୍ଥିତିରେ ପିତାମାତା ନିଆନନଙ୍କୁ ଘରକୁ ଆସି ତାଙ୍କର ଦେଖାଶୁଣା କରିବାକୁ କହିଥିଲେ ଏବଂ ଏହା ବଦଳରେ ସେ ତାଙ୍କୁ ମାସକୁ ଦରମା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପିତାମାତାଙ୍କ କଥା ମାନି ନିଆନନ ଘରକୁ ଫେରିବା ସହ ଏବେ ତାଙ୍କର ଦେଖାଶୁଣା କରୁଛନ୍ତି। ନିଆନନଙ୍କ ପିତାମାତା ମାସକୁ ୧୨ଲକ୍ଷ ଟଙ୍କାର ପେନସନ ପାଉଥିବା ବେଳେ ନିଆନନଙ୍କୁ ମାସକୁ ୪୭ହଜାର ‌ଟଙ୍କା ଦେଉଛନ୍ତି।

ସମ୍ବନ୍ଧିତ ଖବର