କୋର୍ଟରୁ ରାୟ ଆସିବାର ଘଣ୍ଟାକ ମଧ୍ୟରେ କଏଦୀ ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବାର କିଛି ସମୟ ପରେ ଆତ୍ମହତ୍ୟା କରିଥିଲେ। ତିହାର ଜେଲର ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ ସୋମବାର ଦିନ କଏଦୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା କଏଦୀଙ୍କ ବୟସ ମାତ୍ର ୨୬ ବର୍ଷ ହୋଇଥିବାବେଳେ ଡକାୟତି ମାମଲାରେ କଏଦୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ରାୟ ପ୍ରକାଶ ପାଇବାର କିଛି ସମୟ ପରେ ତାଙ୍କୁ ଜେଲର ବାଥରୁମରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଜେଲର ଅଧିକାରୀମାନେ କହିଛନ୍ତି ଯେ କଏଦୀଙ୍କ ନାମ ଜାଭେଦ ହୋଇଥିବାବେଳେ ମିଳିଥିବା ସୂଚନା ଅନୁଯାୟୀ ଜାଭେଦ କଏଦୀମାନଙ୍କ ସାଧାରଣ ବାଥରୁମରେ ଅପରାହ୍ନ ୫ଟାରେ ପିନ୍ଧିଥିବା ଲୁଗାରେ ଝୁଲି ପଡ଼ିଥିଲେ ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ଜାଭେଦଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅନ୍ୟପକ୍ଷରେ ତିହାର ଜେଲର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଜାଭେଦଙ୍କ ସହ ରହୁଥିବା ଅନ୍ତେବାସୀ କହିଛନ୍ତି ଯେ କୋର୍ଟ ରାୟ ପ୍ରକାଶ କରିବା ପରେ ଜାଭେଦ ଭାଙ୍ଗିପଡିଥିଲେ | କୋର୍ଟରୁ ଆସିବା ପରେ ସେ କାନ୍ଦୁଥିଲେ। ଏହା ପରେ ସେ ସନ୍ଧ୍ୟାରେ ବାଥରୁମକୁ ଯାଇଥିଲେ | ଯେଉଁଠାରେ ସେ ଝୁଲିପଡିଥିଲେ | ସେ କହିଛନ୍ତି ଯେ ଜେଲର ବାଥରୁମରେ ସିସିଟିଭି କ୍ୟାମେରା ଲଗାଯାଇନଥିବାରୁ ଏବାବଦରେ ଜଣାପଡ଼ିନଥିଲା | ଉଲ୍ଲେଖ ଥାଉ କି ୨୦୧୬ ମସିହାରେ ଦିଲ୍ଲୀର ମାଲବୀୟ ନଗର ପୁଲିସ ଷ୍ଟେସନରେ ଡକାୟତି ମାମଲାରେ ଫାଷ୍ଟ ଟ୍ରାକ୍ କୋର୍ଟ ଜାଭେଦଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ |

ସମ୍ବନ୍ଧିତ ଖବର