ଦ୍ବାଦଶ ପାସ କରିଥିବା ପିଲାଙ୍କ ପାଇଁ ସରକାରୀ ଚାକିରିର ସୁବର୍ଣ୍ଣ ସୁଯୋଗ, ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରିର ଇଚ୍ଛା ରଖିଥିବା ଦ୍ବାଦଶ ପାସ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ (ଆରଏସଏମଏସଏସବି) ଲ୍ୟାବ ଆସିଷ୍ଟାଣ୍ଟର ୧୦୧୨ପଦ ପାଇଁ ନୋଟିଫି‌କେସନ ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀ ରାଜସ୍ଥାନ ଭର୍ତ୍ତି ବୋର୍ଡର ଅଧିକାରିକ ୱେବସାଇଟ rsmssb.rajasthan.gov.in ରେ ଯାଇ ଅନଲାଇନ ଆବଦେନ କରିପାରିବେ। ଅନଲାଇନ ଆବେଦନ ୨୦୨୨ ମାର୍ଚ୍ଚ ୨୫ରୁ ଆରମ୍ଭ ହେବ।

ଶିକ୍ଷାଗତ ଯୋଗ୍ୟତା: ଲ୍ୟାବ ଆସିଷ୍ଟାଣ୍ଟ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦ୍ବାଦଶ ଶ୍ରେଣୀ ପାସ ହୋଇଥିବା ଆବଶ୍ୟକ ରହିଛି। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଦେବନାଗରି ଲିପି ଓ ରାଜସ୍ଥାନୀ ଭାଷା ଦୁଇଟି ମଧ୍ୟରୁ କୌଣସି ଗୋଟିଏ ଭାଷା ଜଣାଥିବା ଆବଶ୍ୟକ।

ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ବର୍ଷ ହୋଇଥିବା ଆବଶ୍ୟକ। ଏଥିସହିତ ପରୀକ୍ଷା ଶୁଳ୍କ କେବଳ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଓ ନେଟ ବେକିଂ ମାଧ୍ୟରେ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର