ସାମସଙ୍ଗ୍‌ ଆଣିଲା ନୂଆ ୫ଜି ସ୍ମାର୍ଟଫୋନ୍

ଭୁବନେଶ୍ବର : ସାମସଙ୍ଗ୍‌ ପକ୍ଷରୁ ଦୁଇଟି ନୂଆ ୫ଜି ସ୍ମାର୍ଟଫୋନ୍‌ ଗାଲାକ୍ସି ଏ୧୪ ୫ଜି ଓ ଗାଲାକ୍ସି ଏ୨୩ ୫ଜିକୁ ଉନ୍ମୋଚନ କରାଯାଇଛି। କଂପାନିର ଜେଡ୍‌ଏସ୍‌ଏମ୍‌ ଅରିନ୍ଦମ ପାତ୍ର ଓ ଅଭିନେଶ ସିହ୍ନା, ଆର୍‌ଏମ୍‌ ମୟଙ୍କ ଗଗନେଜା, ଓଡ଼ିଶା ଏସ୍‌ପିଡି ଯୋଗେନ୍ଦ୍ର ହଂସ ନୂଆ ଫୋନ୍‌କୁ ଉନ୍ମୋଚନ କରିଛନ୍ତି। ଗାଲାକ୍ସି ଏ୧୪ ୫ଜି ଡାର୍କ ରେଡ୍, ଲାଇଟ୍‌ ଗ୍ରିନ୍ ଓ କଳା ରଙ୍ଗରେ ଏବଂ ଏ୨୩ ୫ଜି ସିଲ୍‌ଭର, ଅରେଞ୍ଜ୍‌ ଓ ଲାଇଟ୍‌ ବ୍ଲୁ ରଙ୍ଗରେ ଉପଲବ୍ଧ ହୋଇଛି। ଗାଲାକ୍ସି ଏ୧୪ ୫ଜିରେ ରହିଛି ୬.୬ ଇଞ୍ଚ୍‌ ଏଚ୍‌ଡି+ ଡିସ୍‌ପ୍ଲେ, ୫୦ ଏମ୍‌ପି ଟ୍ରାଇଲେନ୍ସ ପଛ କ୍ୟାମେରା, ୧୩ ଏମ୍‌ପି ସେଲ୍‌ଫି କ୍ୟାମେରା ଓ ୫୦୦୦ ଏମ୍ଏଏଚ୍‌ ବ୍ୟାଟେରି। ସେହିପରି ଗାଲାକ୍ସି ଏ୨୩ ୫ଜିରେ ରହିଛି ୬.୬ ଇଞ୍ଚ୍‌ର ଏଫ୍‌ଏଚ୍‌ଡି+ ଡିସ୍‌ପ୍ଲେ, ୫୦ ଏମ୍‌ପି କ୍ବାଡ୍‌ ପଛ କ୍ୟାମେରା ଓ ୫୦୦୦ ଏମ୍ଏଏଚ୍‌ ବ୍ୟାଟେରି। ୮ଜିବି+୧୨୮ ଜିବି, ୬ଜିବି+୧୨୮ ଜିବି ଓ ୪ଜିବି+୬୪ଜିବି ଭଳି ଭାରିଆଣ୍ଟ୍‌ରେ ଦୁଇ ଫୋନ୍ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର