ମାଂସ ପାଇଁ ହତ୍ୟା: କୁକୁର ମାରିବା ପାଇଁ ୨ଲକ୍ଷ ବିଷାକ୍ତ ସିରିଞ୍ଜ ବିକ୍ରି

ବେଜିଂ: ଚୀନରରେ ବିଷାକ୍ତ ସିରିଞ୍ଜ ବିକ୍ରି କରୁଥିବା ଏକ ର‍୍ୟାକେଟର ପୁଲିସ ପର୍ଦ୍ଦାଫାସ କରିଛି। ଏହି ର‍୍ୟାକେଟ ଏକ ବିଷାକ୍ତ ସିରିଞ୍ଜ ପ୍ରସ୍ତୁତ କରୁଥିଲା। ଏହି ସିରିଞ୍ଜ ଜରିଆରେ ରାସ୍ତାରେ ବୁଲୁଥିବା କୁକୁରଙ୍କୁ ତୁରନ୍ତ ମାରିବା ସୁବିଧା ହେଉଥିଲା। କେବଳ ଏତିକି ନୁହେଁ ଏହି ସିରିଞ୍ଜ ଦ୍ୱାରା ପୋଷା କୁକୁରଙ୍କୁ ମାରିବା ସହଜ ହୋଇଥାଏ। ତେଣୁ ପୋଷା କୁକୁରଙ୍କୁ ମାରିବା ସିରିଞ୍ଜ କିଣୁଥିବା ଲୋକଙ୍କ ପ୍ରଥମ ଲକ୍ଷ୍ୟ ଥାଏ। ହତ୍ୟାପରେ କୁକୁରକୁ ନେଇ କୁକୁର ମାଂସ ପ୍ରସ୍ତୁତ କରୁଥିବା ରେସ୍ତୋରାଁରେ ବିକ୍ରି କରାଯାଇଥାଏ।

ଅନ୍‌ହୁଇର ପୂର୍ବପ୍ରାନ୍ତରେ ପୁଲିସ ଏହି ବିଷାକ୍ତ ସିରିଞ୍ଜ ପ୍ରସ୍ତୁତ କରୁଥିବା ମାମଲାରେ ଜଡ଼ିତ ଥିବା ଆଠଜଣଙ୍କୁ ଗିରଫ କରିଛି। ଯେଉଁମାନେ ଏଯାବତ୍‌ ସମ୍ପୂର୍ଣ୍ଣ ଚିନ୍‌ରେ ୨୦୦,୦୦୦ଟି ସିରିଞ୍ଜ ବିକ୍ରି କରିସାରିଛନ୍ତି। ତେବେ କୁକୁର ମାଂସ ବ୍ୟଞ୍ଜନ ପ୍ରସ୍ତୁତକର୍ତ୍ତା ଏହି ମଲା କୁକୁରକୁ କିଣି ନେଇଥାଆନ୍ତି। ଏହି ସିରିଞ୍ଜ ଦ୍ୱାରା କୁକୁରକୁ ହତ୍ୟା କରାଯାଇଥିବାରୁ କୁକୁର ମାଂସକୁ ଯେଉଁମାନେ ଖାଇଛନ୍ତି ସେମାନଙ୍କ ଶରୀରପକ୍ଷେ କ୍ଷତିକାରକ ହୋଇପାରେ ବୋଲି ଆଶଙ୍କା ରହିଛି।

କୁକୁରକୁ ମାରିବା ପାଇଁ ଯେଉଁ ସିରିଞ୍ଜ ବ୍ୟବହାର କରାଯାଉଥିଲା ସେଥିରେ ଛୁଞ୍ଚି ଲାଗିଥିଲା। ଏହି ଛୁଞ୍ଚିଟି ସ୍ପ୍ରିଙ୍ଗ ଓ ଟେଲଫିନ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଯାହାକି ଦୁରରୁ ଥାଇ ମଧ୍ୟ କୁକୁରଙ୍କ ଉପରେ ସୁବିଧା ଓ ସହଜରେ ପ୍ରୟୋଗ କରାଯାଇଥାଏ। ର‍୍ୟାକେଟଙ୍କ ଠାରୁ ଏହି ଛୁଞ୍ଚି କିଣିବା ପରେ କୁକୁରମାରୁଥିବା ଲୋକମାନେ ପ୍ରଥମେ ଗୃହପାଳିତ କୁକୁରକୁ ମାରିବା ଲକ୍ଷ୍ୟ ରଖିଥାଆନ୍ତି। କାରଣ ଏହି କୁକୁର ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ପୁଲିସ ଇନ୍‌ସି ସହରର ଉପରେ ଆକସ୍ମିକ ଚଢ଼ାଉ କରି ଏହି ର‍୍ୟାକେଟର ଫର୍ଦ୍ଦାଫାସ କରିଥିଲା। ଏହି ର‍୍ୟାକେଟରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୪କିଲୋର ବିଷାକ୍ତ ପାଉଡର ସହିତ ୧୦,୦୦୦ ଛୁଞ୍ଚି ପୁଲିସ ଜବତ କରିଥିଲା।

ସମ୍ବନ୍ଧିତ ଖବର