ହୋଟେଲକୁ ଡାକି ମଡେଲରଙ୍କୁ ଦୁଷ୍କର୍ମ କଲେ ତିନିଜଣ ଯୁବକ

ନୂଆଦିଲ୍ଲୀ: କେରଳର ଏର୍ନାକୁଲମ୍ ଜିଲ୍ଲାର କୋଚି ସହରରେ ଏକ ହୋଟେଲରେ ଚଳିତ ସପ୍ତାହରେ ଜଣେ ୨୭ ବର୍ଷୀୟା ମହିଳା ତିନି ଜଣ ଯୁବକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସହରର କାକକନାଡର ଏଡାଚିରା ଅଞ୍ଚଳରେ ଘଟିଛି। ଏହି ଗଣଦୁଷ୍କର୍ମ ଅଭିଯୋଗ ପରେ ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ସାଲିନ କୁମାର ବୋଲି ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମହିଳା ଅଭିଯୁକ୍ତ ସାଲିନଙ୍କ ନିମନ୍ତ୍ରଣ କ୍ରମେ ହୋଟେଲକୁ ଯାଇଥିଲେ। ଯେତେବେଳେ ସେ ସାଲିନଙ୍କ ନିମନ୍ତ୍ରଣ ରକ୍ଷା କରି ହୋ‌ଟେଲକୁ ଯାଇଥିଲେ, ସେଠାରେ ପୂର୍ବରୁ ଅନ୍ୟ ଦୁଇଜଣ ଯୁବକ ଉପସ୍ଥିତ ଥିଲେ।

ପୁଲିସ ନିକଟରେ ଅଭିଯୋଗ କରି ମହିଳା ଜଣକ କହିଛନ୍ତି, ତିନିଜଣ ଅଭିଯୁକ୍ତ ଜୋର ଜବରଦସ୍ତି ‌ମୋତେ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ଏହି ମୃଦୁ ପାନୀୟରେ ନିଶା ବଟିକା ମିଶାଇ ଦେଇଥିବାରୁ ମୋତେ ନିଶା ହୋଇ ଯାଇଥିଲା।  ଏହାପରେ ଅଭିଯୁକ୍ତମାନେ ମୋ ସହ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓକୁ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେବେ ବୋଲି ବି ଧମକ ଦେଇଥିଲେ।

ମହିଳା ଜଣକ ମଡେଲିଂ କରୁଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣଙ୍କ ମଧ୍ୟରୁ ସାଲିନ କୁମାରଙ୍କୁ ପୁଲିସ ଗିରଫ କରିଥିବା  ବେଳେ ସମୀର ଓ ଅଜମଲ ଫେରାର ରହିଛନ୍ତି। ‌ଫେରାର ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର