ଶିକ୍ଷୟିତ୍ରୀ ପ୍ରେମିକ ସହ ମିଶି ଛାତ୍ରଙ୍କୁ ହତ୍ୟା କରିବା ପରେ ମୃତକଙ୍କ ମାମୁଙ୍କୁ ଫୋନ କରି କହିଥିଲେ ଏଭଳି କଥା…

କାନପୁର: ଫଜଲଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଟ୍ୟୁସନ୍ ଟିଚର ରଚିତାଙ୍କ ଘରର ଷ୍ଟୋର ରୁମରୁ ତାଙ୍କ ଛାତ୍ର ତଥା ବ୍ୟବସାୟୀଙ୍କ ୧୬ବର୍ଷର ପୁଅ କୁଶାଗ୍ରର ମୃତଦେହ ଉଦ୍ଧାର କରାଯାଇଥିଲା।

ରଚିତାଙ୍କ ପ୍ରେମିକ ପ୍ରଭାତ କୁଶାଗ୍ର ଓ ରଚିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହ କରିଥିଲା। ଏହି କାରଣରୁ ସେ ଯୋଜନା କରି କୁଶାଗ୍ରଙ୍କୁ ଗଳାଚିପି ହତ୍ୟା କରିଥିଲା। ଏହି ହତ୍ୟା ଘଟଣା ପରେ ରଚିତ‌ା କୁଶାଗ୍ରଙ୍କ ମାମୁଙ୍କୁ ଫୋନ କରି ଛାତ୍ର ନିଖୋଜ ଥିବାର ସୂଚନା ଦେଇଥିଲେ। ଏଥିସହିତ କୁଶାଗ୍ର କୁଆଡେ ଯାଇଛି କିଛି ଖବର ମିଳିଲା କି ବୋଲି ରଚିତା ବାରମ୍ବାର ଛାତ୍ରୀଙ୍କ ମ‌ାମୁଙ୍କୁ ଫୋନ କରି ବୁଝୁଥିଲେ। ଆଉ ବ୍ୟସ୍ତ ହୋଇପଡ଼ିବା ଭଳି ଅଭିନୟ କରୁଥିଲେ। ତେବେ ରଚିତ ଏମିତି ଏଥିପାଇଁ କରୁଥିଲେ ‌ଯେମିତି ପୁଲିସ ସମେତ କୁଶାଗ୍ରଙ୍କ ପରିବାରବର୍ଗଙ୍କୁ ତାଙ୍କ ଉପରେ ସନ୍ଦେହ ହେବନାହିଁ।

ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ, କୁଶାଗ୍ର, ରଚିତାଙ୍କ ଘରେ ପହଞ୍ଚିବା ପରେ ପ୍ରଭାତ ପୂର୍ବ ଯୋଜନା ମୁତାବକ ତାଙ୍କୁ ହତ୍ୟା କରିଥିଲା। ଏହା ପରେ କୁଶାଗ୍ରଙ୍କ ସ୍କୁଟି ନେଇ ପ୍ରଭାତ ତାର ବନ୍ଧୁ ଆରୟନଙ୍କ ପାଖକୁ ଯାଇଥିଲା। ଦୁହେଁ ମିଶି ଗାଡ଼ିର ନମ୍ବର ବଦଳାଇବା ସହ କୁଶାଗ୍ରଙ୍କ ଘର ଭିତରକୁ ଧମକପୂର୍ଣ୍ଣ ଚିଠି ଫିଙ୍ଗିଥିଲେ। ଚିଠିରେ ୩୦ଲକ୍ଷ ଦେଲେ ପୁଅକୁ ମୁକ୍ତ କରିବୁ ବୋଲି ଲେଖାଥିଲା।

ପୁଅ ଅପହରଣ ହୋଇଥିବା ଜାଣି ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ତଦନ୍ତ ହେବା ପରେ ରଚିତାଙ୍କ ଘରୁ କୁଶାଗ୍ରଙ୍କ ମୃତଦେହ ମିଳିଥିଲା। ପ୍ରଥମେ ଟଙ୍କା ପାଇଁ ହତ୍ୟା ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର