କୋଟିଆରେ ସମନ୍ବିତ ସେବା ଶିବିର: ଆୟୋଜନ କଲା ପଟାଙ୍ଗି ବ୍ଲକ ପ୍ରଶାସନ

କୋରାପୁଟ: ବହୁ ଚର୍ଚ୍ଚିତ କୋଟିଆରେ ବୁଧବାର ଦିନ ସମନ୍ବିତ ସେବା ଶିବିରର ଆୟୋଜନ କରାଯାଇଛି। ଏଥିରେ ଶିକ୍ଷା ଓ ସ୍ବାସ୍ଥ୍ୟ ସମତେ ଅନ୍ୟ ବ୍ୟବସ୍ଥା ସଂପର୍କରେ ଲୋକଙ୍କୁ ପରାମର୍ଶ ଓ ସହାୟତା ପ୍ରଦାନ କରାଯାଇଛି। ଏହି ଶିବିର ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ବାରା ଆୟୋଜନ ହୋଇନାହିଁ। ବରଂ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ପ୍ରଶାସନ ଦ୍ବାରା ଅନୁଷ୍ଠିତ ହୋଇଛି। ବ୍ଲକ ପ୍ରଶାସନର ଅଧିକାରୀଙ୍କ ନେତୃତ୍ବରେ କୋଟିଆ ଗ୍ରାମପଞ୍ଚାୟତର ଫାଟୁସିନେରୀରେ ଆୟୋଜିତ ଶିବିରରେ ମଦକର, ଫଗୁଣସିନେରୀ, ଫାଟୁସିନେରୀ, ଡୋଲିଆମ୍ବ, ସଲାପଗୁଡ଼ା, କାନଡୋରାରୁ ୪୦୦ରୁ ୫୦୦ ଲୋକ ଅଂଶଗ୍ରହଣ କରିଥିଲେ।

ଶିବିରରେ ୩୨ ଜଣ ହିତାଧିକାରୀକାରୀମାନଙ୍କୁ ପେନସନ୍‌, ୪୨ଜଣଙ୍କୁ କମ୍ବଳ, ୫୪ ଜଣଙ୍କୁ ରୋଷେଇ ଉପକରଣ, ୧୩୦ ଜଣଙ୍କୁ କୁକୁଡ଼ା ଚିଆଁ, ୧୭ ଜଣଙ୍କୁ ନୂଆ ନରେଗା ଜବ୍‌କାର୍ଡ, ୩୭ ଜଣ ସ୍କୁଲ ପିଲାଙ୍କୁ ପୋଷାକ ବିତରଣ କରାଯାଇଥିଲା। ସେହିପରି ୮୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ୧୭ ଜଣଙ୍କର ଆଖି ପରୀକ୍ଷା କରାଯାଇ ଚଷମା ପ୍ରଦାନ କରାଯାଇଥିଲା। ୪୮ଟି ଗୃହ ପାଳିତ ପଶୁଙ୍କର  ଟୀକାକରଣ କରାଯାଇଥିଲା।

ମେଗା ଶିବିରରେ ପଟାଙ୍ଗି ବ୍ଲକ ସଭାପତି, ବିଡିଓ, ବିଧାୟକଙ୍କ ପ୍ରତିନିଧି, ସରପଞ୍ଚ, ୱାର୍ଡମେମ୍ବର, ଏପିଓ, ଜେଇ, ଜିପିଇଓ, ଏମ୍‌ଆଇ, ସିଡିପିଓ, ପିଇଓ, ଜିଆରଏସ୍‌, ଏଏଚ୍ଏସ୍‌, ଏଏଓ, ବିଏସଏସ୍‌ଓ, ଡବ୍ଲୁଇଓ, ବିଏଲସି ଓଏଲଏମ୍‌, ବିଏସ୍‌ଏସ୍‌ଓ, ଡବ୍ଲ୍ୟୁଓ, ମେଡିକାଲ ଅଧିକାରୀ, ରାଜସ୍ବ ସୁପରଭାଇଜର, ରାଜସ୍ବ ନୀରିକ୍ଷକ, ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବ୍ଲକ, ତହସିଲ, ମେଡିକାଲ, ଆଇସିଡିଏସ୍‌, ଉଦ୍ୟାନ କୃଷି, ୱାଟରସେଡ, ପଶୁବିଭାଗ, ଓଏଲଏମ୍‌, ପେନ୍‌ସନ୍‌, ୱେଲଫେୟାର ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।

 

ସମ୍ବନ୍ଧିତ ଖବର