ଏତେ ଟଙ୍କାରେ ନିଲାମ ହେଲା ଟାଇଟାନିକରୁ ମିଳିଥିବା ପକେଟ୍ ଘଡ଼ି

ଲଣ୍ଡନ: ୧୧୨ ବର୍ଷ ତଳେ ବୁଡ଼ି ଯାଇଥିବା ତତକାଳୀନ ବିଶ୍ବର ସର୍ବବୃହତ ଜାହାଜ ଟାଇଟାନିକ ପୁଣି ଚର୍ଚ୍ଚାକୁ ଆସିଯାଇଛି । ଉକ୍ତ ଜାହାଜରେ ଯାଉଥିବା ସବୁଠାରୁ ଧନୀ ବ୍ୟକ୍ତିଙ୍କ ପକେଟ ଘଡ଼ି ନିଲାମ ହୋଇଛି । ଏହା ପ୍ରାୟ ୧.୧ ନିୟୁଡ ଆମେରିକୀୟ ଡଲାରରେ ନିଲାମ ହୋଇଛି ।

ନିଲାମକାରୀ ଆଣ୍ଡ୍ରିୟୁ ଆଲଡ୍ରିଜ୍ ଏହି ବିକ୍ରିକୁ ଏକ ବିଶ୍ୱ ରେକର୍ଡ ବୋଲି ବର୍ଣ୍ଣନା କରିଛନ୍ତି। ଟାଇଟାନିକ୍ ରେ ଥିବା ସବୁଠାରୁ ଧନୀ ଯାତ୍ରୀଙ୍କ ଗୋଲ୍ଡ ପକେଟ୍ ଘଣ୍ଟା ଟାଇଟାନିକ୍  ଯାତ୍ରା ସହ ଜଡ଼ିତ ସବୁଠାରୁ ସ୍ମରଣୀୟ ଜିନିଷ ଥିଲା। ଏହାର ବିକ୍ରିର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି।

ବିବିସିର ଏକ ରିପୋର୍ଟ ଅନୁଯାୟୀ, ୧୪ କ୍ୟାରେଟ ସୁନା ୱାଲ୍ଥାମ୍ ପକେଟ୍ ଘଣ୍ଟା ବ୍ୟବସାୟୀ ଜନ୍ ଜାକବ ଆଷ୍ଟର ଚତୁର୍ଥଙ୍କର ଥିଲା, ଯିଏ କି ୧୯୧୨ ମସିହାରେ ୪୭ ବର୍ଷ ବୟସରେ ଏହି ଜାହାଜ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଶନିବାର ଏକ ନିଲାମ ସମୟରେ ୱିଲ୍ଟସାୟାରର  ଏକ ଘରୋଇ ଆଣ୍ଟିକ୍ କଲେକ୍ଟର ସଂସ୍ଥା ହେନରୀ ଆଲଡ୍ରିଜ୍ ଆଣ୍ଡ ସନ୍ସ ଏହି ଘଡ଼ିକୁ କିଣିଥିଲେ।

ଆଷ୍ଟର ଚତୁର୍ଥ ଟାଇଟାନିକ୍ ର ସବୁଠାରୁ ଧନୀ ଯାତ୍ରୀ ଭାବେ ପରିଚିତ ଥିଲେ ଏବଂ ସେତେବେଳେ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିବା ତାଙ୍କର ସମ୍ପତ୍ତି ପ୍ରାୟ ୮୭ ନିୟୁତ ଡଲାର (ଆଜିର ଅନେକ ବିଲିୟନ ଡଲାର ସହ ସମାନ) ହେବ ବୋଲି ଆକଳନ କରାଯାଇଥିଲା।

ସମ୍ବନ୍ଧିତ ଖବର