ମଙ୍ଗଳବାରରେ ମଟନ୍‌ ରାନ୍ଧିବାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା, ଚାଲିଗଲା ପଡ଼ୋଶୀଙ୍କ ଜୀବନ

ଭୋପାଳ: ରାଗ ମଣିଷର ପରମ ଶ୍ରତୁ ହୋଇଥାଏ। ରାଗରେ ଆସି ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥାଏ। ବେଳେ ବେଳେ ଛୋଟ କଥାଟିଏ ବି ରାଗ ହେତୁ ବଡ଼ ରୂପ ନେଇଥାଏ। ନିଜର ରାଗ ଉପରେ ନିୟନ୍ତ୍ରଣ ରଖି ପାରୁନଥିବା ବ୍ୟକ୍ତି ଜୀବନରେ ଅନେକ ଭୁଲ୍‌ ପଦକ୍ଷେପ ନେଇଥାନ୍ତି।

ନିକଟରେ ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପପୁ ନାମକ ଜଣେ ବ୍ୟକ୍ତି ନିଜ ରାଗ ଉପରେ ନିୟନ୍ତ୍ରଣ ନରଖି ପାରିବାରୁ ବିଲୁ ନାମକ  ଜଣେ ବ୍ୟକ୍ତିଙ୍କ ଜୀବନ ନେବା ପର୍ଯ୍ୟନ୍ତ କଥା ଯାଇଛି।

ଜାଣିବାକୁ ମିିଳିଛି ଯେ ପପୁ ମଙ୍ଗଳବାର ଦିନ ଘରକୁ ମଟନ୍‌ ନେଇ ଆସିଥିଲା। ମଙ୍ଗଳବାର ଘରକୁ ଆମୀଷ ଆଣିିଥିବାରୁ ତାଙ୍କ ପତ୍ନୀ ରାନ୍ଧିବେ ନାହିଁ ବୋଲି କହିଥିଲେ। ଅଧିକାଂଶ ହିନ୍ଦୁ ଧର୍ମୀମାନେ ଆମୀଷ ଖାଉନଥିବାର କାରଣରୁ ପତ୍ନୀ ମଧ୍ୟ ତାଙ୍କୁ ସେହି କଥା ବୁଝାଇବାକୁ ଚେଷ୍ଟା କରିଥିଲେ। ପପୁ କିନ୍ତୁ ମଟନ୍‌ ଖ‌ାଇବାକୁ ଅଡ଼ି ବସିଥିଲା। ଏ ନେଇ ଦୁହିଁଙ୍କ ଭିତରେ ଜୋର୍‌ ଝଗଡ଼ା ଲାଗିଥିଲା।

Geek Robocook

ସେମାନଙ୍କ ଝଗଡ଼ା ଶୁଣି ପଡ଼ୋଶୀ ଘର ପିଲା ବିଲୁ ଧାଇଁ ଆସିଥିଲେ। ସେମାନଙ୍କ ଝଗଡ଼ା ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେ ସେଠାରେ ପହଞ୍ଚି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ତୁଟାଇବା ପରେ ଘରକୁ ଫେରିଥିଲେ। ପରେ ଅଭିଯୁକ୍ତ ପପୁ ବିଲୁଙ୍କୁ ଘରକୁ ଯାଇଥିଲା। ବିଲୁଙ୍କ ଘରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ପପୁର ଆକ୍ରମଣରେ ବିଲୁଙ୍କର ଜୀବନ ଯାଇଛି। ପପୁର ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ପପୁକୁ ଗିରଫ କରିଛି।

ସମ୍ବନ୍ଧିତ ଖବର