ଯୁବତୀଙ୍କୁ ନିଶା ବଟିକା ଦେଇ ଗଣଦୁଷ୍କର୍ମ, ଦୁଷ୍କର୍ମ ସମୟର ବନାଇଲେ ୬୬ଟି ଭିଡିଓ

ସୀକାର: ରାଜସ୍ଥାନର ସୀକାରର ଉଦ୍ୟୋଗ  ନଗର ପୁଲିସ ଥାନାରେ ଜଣେ ଯୁବତୀ ଗୁଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପୁଲିସ ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ପୀଡିତ ଯୁବତୀଙ୍କ ଅଭିଯୋଗ ମୁତାବକ, ‘ ସେ ବି.କମ୍‌ ପ୍ରଥମ ବର୍ଷର ଛାତ୍ରୀ।  କଲେଜରେ  ଖିରୋଡ ଝୁଝୁନ୍‌ରେ ରହୁଥିବା ସୁରେଶ ଓରଫ ଆସିଫ ସହିତ ତାଙ୍କର ଭେଟ ହୋଇଥିଲା। କିଛିଦିନ ମିଳାମିଶା ଭିତରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଦିନେ ସୁରେଶ ବୁଲାଇ ନେବ କହି ଡାକିଥିଲା  ଏବଂ ଜୋରଜବରଦସ୍ତ ଏକ ବୋଲେରୋରେ ବସାଇ ନିକଟସ୍ଥ ହୋଟେଲକୁ ନେଇ ଯାଇଥିଲା।

ସେଠାରେ ତାର ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଖାଦ୍ୟରେ ନିଶା ବଟିକା ଦେଇ ଦେଇଥିଲା ଏବଂ ଗୁଣଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ, ଦୁଷ୍କର୍ମ ସମୟର ୬୬ଟି ଭିଡିଓ ବନାଇ ବ୍ଲାକ୍‌ମେଲ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ବି ଦେଇ ଆସୁଛି। ଏହି ଭିଡିଓ ଜରିଆରେ ସେ ମୋ’ ଠାରୁ ୨୫,୦୦୦ଟଙ୍କା ବି ନେଇ ସାରିଲାଣି।’

ସମ୍ବନ୍ଧିତ ଖବର