ଜମି ଦେବାକୁ କହି ୩୫ ଲକ୍ଷ ଟଙ୍କା ଠକେଇ, ଜମି ମାଲିକ ଗିରଫ

ଭୁବନେଶ୍ୱର : ଜମି ଦେବାକୁ କହି ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜମି ମାଲିକକୁ ଗିରଫ କରିଛି। ସେ ହେଲେ ଗଙ୍ଗନଗର ଅଞ୍ଚଳର ଶ୍ରୀମନ୍ତ ନନ୍ଦୀ(୪୮)। ଗତ ୨୦୧୩ ମସିହାରେ ଶ୍ରୀମନ୍ତ ସରକନ୍ତରା ଅଞ୍ଚଳରେ ଥିବା ପୈତୃକ ସମ୍ପତ୍ତି ବିକ୍ରି କରିବା ପାଇଁ ଦୀପ୍ତିମୟୀ ଷଡ଼ଙ୍ଗୀ ନାମକ ଜଣେ ମହିଳାଙ୍କୁ ୫୮ଲକ୍ଷ ଟଙ୍କା କହିଥିଲେ। ତେବେ ଏଗ୍ରିମେଣ୍ଟ ସମୟରେ ଶ୍ରୀମନ୍ତ ଦୀପ୍ତିଙ୍କଠାରୁ ନଗଦ ୩୫ଲକ୍ଷ ଟଙ୍କା ନେଇଥିଲେ। ବାକି ଟଙ୍କା ଜମି ଅଧିଗ୍ରହଣ ବେଳେ ନେବେ ବୋଲି କହିଥିଲେ। ତେବେ ଇତିମଧ୍ୟରେ ୪ ବର୍ଷ ବିତିଯାଇ ଥିଲେ ମଧ୍ୟ ଶ୍ରୀମନ୍ତ ନା ଜମି ଦେଇଥିଲେ ନା ଟଙ୍କା ଫେରାଇଥିଲେ। ଦୀପ୍ତି ଟଙ୍କା ମାଗିବାରୁ ଶ୍ରୀମନ୍ତ ତାଙ୍କୁ ଧମକ ଦେଇ ଆସୁଥିଲେ। ଏନେଇ ଦୀପ୍ତି କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଶ୍ରୀମନ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର