ପରିଚାଳନା ନିର୍ଦେଶକଙ୍କ ସମେତ ୨ ଗିରଫ

ନିର୍ମଲ ଇନ୍‌ଫ୍ରା ଚିଟ୍‌ଫଣ୍ଡ୍‌ ଠକେଇ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଚିଟ୍‌ପଣ୍ଡ ସଂସ୍ଥା ନିର୍ମଲ ଇନ୍‌ଫ୍ରା ଠକେଇ ଘଟଣାରେ ସିବିଆଇ ଏସ୍‌ଆଇଟି ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପରିଚାଳନା ନିର୍ଦେଶକ ଆଶିଷ ଚୌହାନ ଓ ତାଙ୍କ ଭାଇ ଅଭିଶେକ ସିଂହ ଚୌହାନ। ଦୁହିଁଙ୍କୁ ଟ୍ରାନଜିଟ୍‌ ରିମାଣ୍ଡରେ ଅଣାଯାଇ ଏଠାରେ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଦୁହିଁଙ୍କ ଜାମିନ ନାମଞ୍ଜୁର ହୋଇ ଯାଇଛି। ଏଠାରେ ପ୍ରକାଶଥାଉକି, ନିର୍ମଲ ଇନ୍‌ଫ୍ରା ଚିଟଫଣ୍ଡ୍‌ ସଂସ୍ଥା ଓଡ଼ିଶାରୁ ପାଖାପାଖି ୧୦୦ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ସଂସ୍ଥା ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟାଳୟ ଖୋଲି ଜମାକାରୀଙ୍କଠାରୁ ବିଭିନ୍ନ ଲୋଭ ଦେଖାଇ ଟଙ୍କା ସଂଗ୍ରହ କରିଥିଲା।

ସମ୍ବନ୍ଧିତ ଖବର