ଲୋକାର୍ପିତ ହେଲା ପୋର୍ଟାଲ

୮ରେ କନ୍ୟା ଅନ୍‌ମୋଲ ହୈ ପକ୍ଷରୁ ମହିଳା ଦିବସ

ଭୁବନେଶ୍ୱର: କନ୍ୟା ଅନ୍‌ମୋଲ ହୈ ପକ୍ଷରୁ ଆସନ୍ତା ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ହୋଟେଲ ଏଚଏଚଆଇଠାରେ ପାଳିତ ହେବ। ଏନେଇ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା ପ୍ରେସ୍‌ କ୍ଲବଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିସହିତ ଅନୁଷ୍ଠାନର ପୋର୍ଟାଲ କନ୍ୟା ଅନ୍‌ମୋଲ ହୈ ମଧ୍ୟ ଆଜି ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ସରୋଜ ଦାଶ କହିଛନ୍ତି, ମହିଳା ଦିବସରେ ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଝରଣା ଦାସ, କ୍ରୀଡ଼ା କ୍ଷେତ୍ର ପାଇଁ ଭାଲିନା ଭାଲେଣ୍ଟିନା, ଆଡ୍‌ ଏଜେନ୍ସି ପାଇଁ ଚୁମ୍‌କି ଦତ୍ତା ଓ କର୍ପୋରେଟ୍‌ କ୍ଷେତ୍ର ପାଇଁ ସୁନିତା ମହାନ୍ତିଙ୍କୁ ସମ୍ମାନିତ କରାଯିବ। ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ, କମ୍ପାନି ସେକ୍ରେଟେରି ସୁନିତା ମହାନ୍ତି, ସଖାର ସଭାପତି ମୀରା ପରିଡ଼ା ପ୍ରମୁଖ ଯୋଗ ଦେବେ। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ସୌଭାଗ୍ୟ ସୌମ୍ୟଶ୍ରୀ ସାମଲ, ଅର୍ପିତା ବଡ଼ଜେନା, ମେଘା କାନୁନ୍‌ଗୋ, ସସ୍ମିତା ଦାଶ, ପ୍ରତୀକ୍ଷା ଆଚାର୍ଯ୍ୟ, ସୋନାଲି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର