ଜୟ ଶ୍ରୀରାମ ଯୁବ ବାହିନୀ ଦ୍ୱାରା ୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର

କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ଗତ ମଙ୍ଗଳବାର ରାତିରେ କୋଷାଗୁମୁଡା ଜୟଶ୍ରୀ ରାମ ଯୁବ ବାହିନୀର ସଦସ୍ୟ ମାନେ ଆଗାମି ରାମ ନବମୀର ପ୍ରସ୍ତୁତି ପାଇଁ କୋଷାଗୁମୁଡା ମେନରୋଡ଼ ଉପରେ ପତାକା ଲଗାଇବା ସମୟରେ ଏକ ବଡ଼ କଣ୍ଟେନେର ଗାଡି ଦ୍ରୁତଗତିରେ ଯାଉଥିବା ଦେଖିଥିଲେ। ସନ୍ଦେହ ହେବା ଯୋଗୁଁ କଣ୍ଟେନର ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଗାଡି ଚାଳକ ଗାଡି ନ ଅଟକାଇ ଗାଡିକୁ ଆହୁରି ଦ୍ରୁତ ଗତିରେ ସେ ସ୍ଥାନରୁ ନେବା ପାଇଁ ଚେଷ୍ଟା କରି ସନ୍ତୋଷପୁର ଗ୍ରାମ ପଟେ ନେଇଯାଇଥିଲା, ଯାହାଫଳରେ କୋଷାଗୁମୁଡା ଜୟ ଶ୍ରୀ ରାମ ଯୁବ ବାହିନୀର ସଦସ୍ୟମାନେ ଗାଡି ଟିକୁ ପିଛା କରିଥିଲେ। ଗାଡି ଚାଳକ ସିଧା ଗାଡିଟିକୁ ନେଇ ତେଲିଗୁଡା ଗ୍ରାମ ଭିତରେ ନେଇଯାଇଥିଲା ଓ ଗାଡି ଚାଳକ ଓ ହେଲ୍ପର ଗାଡିକୁ ତେଲିଗୁଡା ଗ୍ରାମ ଭିତରେ ଛାଡି ଚମ୍ପଟ ମାରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି।

କୋଷାଗୁମୁଡା ଜୟ ଶ୍ରୀରାମ ଯୁବ ବାହିନୀର ସଦସ୍ୟ ମାନେ ଗାଡି ପାଖେ ପହଞ୍ଚି ଜାଞ୍ଚ କରିଲା ବେଳକୁ ଗାଡି ଭିତରେ ଗୋରୁ ରହିଥିବା ଜଣା ପଡିଥିଲା। ସଙ୍ଗେ ସଙ୍ଗେ ଏହି ଖବର କୋଷାଗୁମୁଡା ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିବାରୁ କୋଷାଗୁମୁଡା ଥାନା ଅଧିକାରୀ ଓ ଟିମ ଘାଟଣ।ସ୍ଥଳରେ ପହଞ୍ଚି ଗାଡିଟକୁ ନିଜ ଆୟତ୍ତରେ ନେଇଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଗାଡିଟିକୁ ଘୋଡ଼ାଧନୁଆ ଗୋଶଳାକୁ ନେଇ ୫୦ ରୁ ଊର୍ଦ୍ଧ୍ବ ଗୋରୁଙ୍କୁକୁ ଗୋଶଳା କର୍ମକର୍ତାଙ୍କୁ ଜିମ୍ମାରେ ଦେଇଥିବା ସୂଚନା ମିଳିଛି।

ଏଠି ବଡ଼ ପ୍ରଶ୍ନ ଉଠୁଛି କି କେବେଠୁ ଚାଲିଛି ଗୋ ଚୋରା ଚାଲାଣ ଓ ସ୍ଥାନୀୟ ପ୍ରଶାସନ ଗୋ ଚାଲାଣ ରୋକିବାରେ ସକ୍ଷମ ହୋଉନାହିଁ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗୋ ଚାଲାଣ ପଛରେ କିଏ ରହିଛି ମାଷ୍ଟର ମାଇଣ୍ଡ, ଅନୁସନ୍ଧାନ କରି ଗୋ ଚାଲାଣକାରୀକୁ ଶୀଘ୍ର ଗିରଫ କରିବା ସହ ଗୋଚାଲାଣ ବନ୍ଦ କରିବା ପାଇଁ କୋଷାଗୁମୁଡା ଜୟ ଶ୍ରୀରାମ ଯୁବ ବାହିନୀର ସଦସ୍ୟମାନେ ଦାବି କରିଛନ୍ତି । ପ୍ରକାଶ ଥାଉକି ପ୍ରତିଦିନ କୋଷାଗୁମୁଡ଼ା ବ୍ଲକ ଅଞ୍ଚଳରେ ଗୋ ଚାଲାଣକାରୀ ଶହ ଶହ ସଂଖ୍ୟାରେ ଗୋ ଚାଲାଣ କରୁଥିଲେ ସୁଦ୍ଧା ପ୍ରଶାସନ ଏଠାରେ ନିରବ ଦୃଷ୍ଟା ସାଜିଛି । ଗୋଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ପ୍ରଶାସନ ଦୃଢ଼ ପଦକ୍ଷପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ନ ହେଲେ ଅ।ଗାମୀଦିନରେ ପଶୁ ସଂପଦ ଲୋପ ପାଇବା ସହ ଦୁଗ୍ଧ ଓ ଗୋବର ଟିକିଏ ପାଇବାକୁ ଲୋକେ ହା ହା କାର ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର