ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାମରା: ଗରିଆମାଲ-ବାମରା ମୁଖ୍ୟ ରାସ୍ତା ଟିର୍କିଯୋର ବୁଲାଣିଠାରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବାମରା ମୁଣ୍ଡାଢ଼ିପାର ଈଶ୍ୱର ପାତ୍ରଙ୍କ ପୁଅ ଦୁଃଖନାଶନ ପାତ୍ର ଗାଁ ଗାଁ ବୁଲି ବିଭିନ୍ନ ପ୍ରକାର ଅଳଙ୍କାର ବିକ୍ରୟ କରନ୍ତି। ବୁଧବାର ସେ ଗରିଆମାଲ ପଟକୁ ଅଳଙ୍କାର ବିକ୍ରି କରି ଯାଇଥିଲେ।

ବାମରାକୁ ଫେରୁଥିବା ବେଳେ ଟିର୍କିଯୋର ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଗୋବିନ୍ଦପୁର ଥାନା ଏସଆଇ ବାସୁଦେବ ସେଠ ଓ ଏଏସଆଇ ମନୋଜ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର