ଧରାପଡ଼ିଲା ବେପାରୀ: ସାଢେ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଅନୁଗୁଳ: ଅବକାରୀ ବିଭାଗ ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କନ୍ୟାବେଡା ଗାଁର ଅନିଲ ସାହୁ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରି ଆସୁଥିଲେ ମଧ୍ୟ ଧରା ପଡୁ ନଥିଲା। ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ତା ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଥିଲା ।

ଆଜି ସେ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯାଉଥିବା ଖବର ପାଇ ଅବକାରୀ ଅଧୀ କ୍କ ମଧୁସ୍ମିତା ନାୟକ ତାକୁ ଧରିବାକୁ ଜାଲ ବିଛାଇଥିଲେ। ଅନିଲ ଏକ ଅଟୋରେ ଯାଉଥିବା ବେଳେ କୁକୁଡାଙ୍ଗ ନିକଟରେ ଅବକାରୀ ବିଭାଗ ତାକୁ କାବୁ କରି ନେଇଥିଲା। ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର