ବାଲିଉଠାକୁ କେନ୍ଦ୍ର କରି ହଣାକଟା : ୨ ଗୁରୁତର, ୩ ଆହତ

ବାଲେଶ୍ବର : ବାଲେଶ୍ବର ସହର ଉପକଣ୍ଠ ଦହପଡ଼ା ନିକଟ‌ ବୁଢ଼ାବଳଙ୍ଗ ନଦୀରୁ ବାଲିଉଠାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଏଥିରେ ୫ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ; ସହଦେବଖୁଣ୍ଟା ଥାନା ଅଧୀନ ଗୋପାଳ ଗାଁର ସିଦ୍ଧାର୍ଥଶଂକର ବାଗ (୨୫), ଦ୍ବାରିକା ନଗରୀର ସୂରଜ ପ୍ରକାଶ ଦାସ (୨୩), ଦହପଡ଼ାର ସୁନୀଲ ନାୟକ (୨୨), କଣ୍ଟାବଣିଆର ସନାତନ ଦାସ (୨୫) ଓ କୁରୁବାନ ଖାଁ (୨୧)। ଚିକିତ୍ସା ପାଇଁ ସମସ୍ତଙ୍କୁ ବାଲେଶ୍ବର ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସିଦ୍ଧାର୍ଥ ଓ ସୂରଜଙ୍କ ଦେହରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ସ୍ବାସ୍ଥ୍ୟ‌ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର