ରାଇରଙ୍ଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡର ରଘୁନାଥ ଜୀଉ ମଠ ସମ୍ମୁଖରେ ଏକ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁବିଧା ସମଗ୍ର ଦେଶବାସୀ ପାଉଛନ୍ତି କି ନାହିଁ ଏବଂ ନ ପାଉଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ରଥ ସମଗ୍ର ଭାରତ ବର୍ଷର କୋଣେ ଅନୁକୋଣେ ପରିଭ୍ରମଣ ପରିପ୍ରେକ୍ଷୀରେ ରାଇରଙ୍ଗପୁର ମ୍ୟୁନିସିପାଲଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଭାରପ୍ରାପ୍ତ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ  ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,୧୦ ନମ୍ବର ଓ୍ବାର୍ଡର କାଉନସିଲର ଆଲୋକ ରଂଜନ ମହାନ୍ତ,୯ ନମ୍ବର କାଉନସିଲର ଦେବାଶିଷ ନାଏକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ସିଂ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ଗଣ କେନ୍ଦ୍ର ସରକାରଙ୍କ ଉଜ୍ଵଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଶନ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ଘରଘର ପାଇବା ପାଣି, ସମସ୍ତଙ୍କ ଘରକୁ ବିଜୁଳି, ଏକଲବ୍ୟ ମଡେ଼ଲ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନଵୋଦୟ ବିଦ୍ୟାଳୟ,ଏମ୍‌ସ ପ୍ରତିଷ୍ଠା, ଆଇଆଇଟି, ନାଇଜର, ଆଇଜର, ଆୟୁଷ୍ମାନ ଯୋଜନା, ସୁକନ୍ୟା ଯୋଜନା, ଦକ୍ଷତା ବିକାଶ ଯୋଜନା, ରେଳ ବିକାଶ, ଦିବ୍ୟାଙ୍ଗ, କୃଷକ ସଶକ୍ତିକରଣ ଯୋଜନା ଭଳି ବହୁ କିଛି ଯୋଜନା ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମ ସଫଳ କରିବାରେ ରାଇରଙ୍ଗପୁର ପୌର ବିଭାଗର ନୋଡାଲ ଅଫିସର ଇଂ ମୃତ୍ୟୁଞ୍ଜୟ ପହି, କନିଷ୍ଠ, ଶେଷଦେଵ ପଲାଇ, ସିଓ ଜୟନ୍ତୀ ଗିରି, ଏମଆଇଏସ ସନ୍ତୋଷ ଦାଶ, ଚିନ୍ମୟ ନାଏକ, ମନୋଜ ମଣ୍ଡଳ, ବାସନ୍ତୀ ମହାନ୍ତ, ସୌଦାମିନୀ ତ୍ରିପାଠୀ, ସରିତା ସାଓ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି, ସ୍ଵୟଂ ସହାୟିକା ଗୋଷ୍ଠୀ, ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଧାର କାର୍ଡ, ଗ୍ୟାସ୍‌ ସଂଯୋଗୀକରଣ ପ୍ରଭୃତି ପଂଜୀକରଣ କରାଯାଉଥିଲା।
ସମ୍ବନ୍ଧିତ ଖବର