ବାଇକ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ

ଘଟଗାଁ: ଘଟଗାଁ ଥାନା ନାକଝରି ଗ୍ରାମ ନିକଟରେ ବାଇକ୍‌ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ କେନ୍ଦୁଝର ସଦର ବ୍ଲକ୍‌ କେରି ଗ୍ରାମର ସଞ୍ଜୟ ମୁଣ୍ଡା। ସଞ୍ଜୟ ଘଟଗାଁ ବ୍ଲକ୍‌ ତରା ଗ୍ରାମରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଯୁକ୍ତଦୁଇ ଛାତ୍ର ଥିଲେ।

ଆଜି ଟିଉସନ ସାରି ସାଇକଲରେ ଘରକୁ ଯାଉଥିବା ବେଳେ ତାଙ୍କୁ ଦ୍ରୁତଗତିରେ ଯାଉଥିବା ଏକ ବାଇକ୍‌ (ଓଡି-୦୯-ଏକ୍ସ-୬୦୬୫) ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଘଟଗାଁ ଥାନାରେ ମୃତ ଛାତ୍ରଙ୍କ ସମ୍ପର୍କୀୟ ରାଜକିଶୋର ମୁଣ୍ଡା ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଯୁବକ ଆଶିଷ ନାଏକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧିତ ଖବର