ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ 

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ପରିସରରେ ମଧୁବାବୁଙ୍କ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘରର ସଭାପତି ତିମିର ରଞ୍ଜନ ପଣ୍ଡା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ଆମ ଓଡିଶା ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ନେତୃତ୍ବରେ ଉକ୍ତ ଶିବିର ଆୟୋଜିତ ହୋଇଥିଲା।
ଉକ୍ତ ଶିବିରକୁ ସମ୍ବାଦର ଗୋରୁମହିଷାଣୀ ପ୍ରତିନିଧି ରାମକୃଷ୍ଣ ଦେ, ଗୋରୁମହିଷାଣୀ ଶାଖା ସୟଂ ସେବକ ସଂଘର ସମ୍ପାଦକ ବୃନ୍ଦାବନ ମହାନ୍ତ, ସାମାଜିକ କର୍ମୀ ଦୁର୍ଗା ପ୍ରସନ୍ନ ମହାନ୍ତି, ସିପୁନ ସେଠି ପ୍ରମୁଖ ପରିଚାଳନାରେ କରିଥିଲେ। ଏଥିରେ ମୋଟ ୧୧ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଏଲ.ଟି ଦେବବ୍ରତ ଗିରି ରକ୍ତ ସଂଗ୍ରହ କରିଥିଲେ। ଶେଷରେ ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତଦାତା ମାନେ ହେଲେ- ଦେବଜାନୀ ପଣ୍ଡା, ସିପୁନ ସେଠୀ, କୃଷ୍ଣଚନ୍ଦ୍ର ଗିରି, ଗୋବିନ୍ଦ ସେଠୀ, ସନ୍ତୋଷ ମୁଣ୍ଡା, କୀର୍ତ୍ତନ ଘୁନିଆ, ରାମକୃଷ୍ଣ ବାରିକ, ଟୁଲୁ ମହାନ୍ତି, ରଇବୁ ଗିରି, ଦୁର୍ଗା ମହାନ୍ତି ପ୍ରମୁଖ।
ସମ୍ବନ୍ଧିତ ଖବର