ସଂକ୍ରମଣ ହୁ ହୁ; ସହରରେ ୨୩, ବ୍ଲକରେ ୪ ସଂକ୍ରମିତ

ଜୟପୁର: ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣରେ ବି କୋରାପୁଟ ଜିଲ୍ଲାରେ ଜୟପୁର ସହରରେ ଅଧିକା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଜିଲ୍ଲାରେ ୬୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜୟପୁର ସହରରେ ୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୬ଦିନ ମଧ୍ୟରେ ୧୧୧ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ୨୧ରେ ୨୮,୨୨ରେ ୯ , ୨୩ରେ ୧୫, ୨୪ରେ ୧୯, ୨୫ରେ ୧୭ଜଣ ଓ ଆଜି ୨୩ଜଣ ଏଭଳି ୬ଦିନରେ ୧୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ଥର ଭଳି ଏଥରକ ବି ୨ଜଣ ଆଇନଜୀବୀ ସଂକ୍ରମିତ ହୋଇଛନ୍ତି। ଜଣେ ଆଇନଜୀବୀ ଅକ୍ସିଜେନ୍ ଅଭାବରୁ ଗୁରୁତର ହୋଇପଡ଼ିବା ସହ କୋରାପୁଟ ଏସ୍ଏ‌ଲଏନ୍  ମେଡିକାଲ କଲେଜର କୋଭିଡ୍ ୱାର୍ଡରେ ଚିକିତ୍ସାଧୀନ ରହିଛନ୍ତି।

ସେଭଳି କିଛି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ପରିବାରବର୍ଗ ବି ସଂକ୍ରମଣ ତାଲିକାରେ ସାମିଲ ହେଲେଣି। ଧିରେଧିରେ ସଂକ୍ରମଣ ହାର ବଢ଼ୁଥିବାରୁ ଏହାକୁ ନେଇ ଜିଲ୍ଲାପ୍ରଶାସନ ବି ଚିନ୍ତାରେ ପଡ଼ିବା ସହ କିଭଳି ଜିଲ୍ଲାରେ ଏହାକୁ ରୋକାଯାଇ ହେବ ସେ ନେଇ ଚିନ୍ତା‌ ଏବଂ ମାନସମନ୍ଥନ ଆରମ୍ଭ କରିଛି।

ଆଜି ଜୟପୁର ସହରର ଜୟନଗର, ସଉରାଗୁଡା, ଖ୍ରୀଷ୍ଟୀୟାନ ପେଟ୍ଟା ଏମ୍ଆ‌ଇ କଲୋନୀ, ପାୱାରହାଉସ କୋଲାନୀର ଭାରତଗ୍ୟାସ ସମ୍ମୁଖରେ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭଳି ପାରାବେଢ଼ା, ଲାଲସାହି, କେଲ୍ଲା ନଗର, ବାଲିପେଟ୍ଟାସାହି, ଗୌଡସାହି, ଭିଡିକଲେଜ କ୍ୟାମ୍ପସ, ମାଦଲାସାହି, ଟାଉନହଲ, ନୂଆସାହି ୩ୟ ଲାଇନ୍, ନୂଆକଲୋନୀ, ଜୟନଗର ହରିଜନ ସାହି, ପିଆର ପେଟ୍ଟା ୫ମ ଲାଇନ, ମହାରାଣୀପେଟ୍ଟା, ନୂଆସାହି, ବେଲରୋଡରେ ଜଣେ ଲେଖାଏଁ ଏଭଳି ୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜୟପୁର ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ସେଭଳି ଜୟପୁର ବ୍ଲକର ବଡ଼ଜିଉନା ପଂଚାୟତର ସଲପା, ଜାମୁଣ୍ଡା, ଉମୁରୀ, ପ‌ାମ୍ପୁଣୀରେ ଜଣେ ଲେଖାଏଁ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର