କ୍ୟାଣ୍ଟନମେଣ୍ଟ ଥାନାରୁ ଅଭିଯୁକ୍ତ ଛୁ

କଟକ: କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହେଲେ ଅଭିଯୁକ୍ତ | କଟକ ବିଡାନାସୀ ଟ୍ରାଂଜିଟ ହାଉସ ଅଂଚଳରେ ଏହି ଘଟଣା ଘଟିଛି | ନିଖୋଜ ଅଭିଯୁକ୍ତ ହେଲେ ଶଙ୍କର୍ଷଣ ବେହେରା ଓରଫ ବବୁଲ | ମିଳିଥିବା ସୂଚନା ମୁତାବକ ଏକ ମୋବାଇଲ ଚୋରି ମାମଲାରେ ପୁଲିସ ଅଭିଯୁକ୍ତ ଶଙ୍କର୍ଷଣ ବେହେରାକୁ ଅଟକ ରଖିଥିଲା | ଆଉ ଆଜି ଭୋର ସମୟରେ ସେ ଫେରାର ହୋଇଯାଇଥିବାର ସୂଚନା ମିଳିଛି | ଶଙ୍କର୍ଷଣଙ୍କୁ ପ୍ରଥମେ ବିଡାନାସୀ ଓ ପରେ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଥିଲା | ଆଉ ଆଜି ସକାଳେ କ୍ୟାଣ୍ଟନମେଣ୍ଟ ଥାନା ହେପାଜତରୁ ଶଙ୍କର୍ଷଣ ଫେରାର ହୋଇଥିବାର ସୂଚନା ମିଳିଛି | ଅନ୍ୟପଟେ ପୁଲିସ ହେପାଜତରେ ଶଙ୍କର୍ଷଣଙ୍କୁ ମାଡ଼ ମରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର