ତମନ୍ନାଙ୍କ ପ୍ରତି ପ୍ରେମ ଥିବା ସ୍ବୀକାର କରିବା ପରେ ବିବାହ ବୟସ ପଳେଇଲାଣି ବୋଲି କହିଲେ ବିଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ କିଛିଦିନ ତ‌ଳେ ତାଙ୍କ ପ୍ରେମ ସଂପର୍କ ବାବଦରେ ମିଡିଆ ଆଗରେ ପ୍ରଥମଥର ପାଇଁ ମୁହଁ ଖୋଲିଥିଲେ। ଅନେକ ଦିନ ଧରି ଡେଟିଂ ଗୁଜବ ମଧ୍ୟରେ ନିକଟ ଅତୀତରେ ବିଜୟ ବର୍ମା ଏବଂ ତମନ୍ନା ଭାଟିଆ ପରସ୍ପରଙ୍କ ଭିତରେ ପ୍ରେମ ସମ୍ପର୍କରେ ଥିବା ସ୍ୱୀକାର କରିଛନ୍ତି। ଏହାକୁ ଅଫିସିଆଲ୍ କରିବା ପରେ ଅଭିନେତା ଓ ଅଭିନେତ୍ରୀ ପରସ୍ପରଙ୍କୁ ପ୍ରଶଂସା କରିଆସୁଛନ୍ତି।

ନିକଟରେ ହୋଇଥିବା ଏକ ସାକ୍ଷାତ୍‌କାରରେ ଯେତେବେଳେ ବିଜୟଙ୍କୁ ବିବାହ ବିଷୟରେ ପଚରାଗଲା ତ ସେ ଚକିତ କରିବା ପରି ନିଜର ଉତ୍ତର ରଖିଛନ୍ତି। ୩୭ ବର୍ଷୀୟ ଏହି ଅଭିନେତା ଜଣକ ଡିଏନ୍‌ଏକୁ ନିଜର ସାକ୍ଷାତ୍‌କାର ଦେଇ କହିଛନ୍ତି, ‘‘ମୁଁ ଜଣେ ମାରୱାଡ଼ି। ଆମ ସମ୍ପ୍ରଦାୟରେ ପୁଅମାନେ ୧୬ ବର୍ଷ ବୟସରେ ବିବାହ କରନ୍ତି। ସେହି କାରଣରୁ ପରିବାର ଲୋକ ଏସବୁ କଥା ବହୁତ ଶୀଘ୍ର ଆରମ୍ଭ କରି ବହୁତ ଶୀଘ୍ର ଶେଷ ବି କରି ଦେଇଥିଲେ। କାରଣ ଆମ ସଂପ୍ରଦାୟ ଅନୁସାରେ ମୋର ବିବାହ ବୟସ ଅତିକ୍ରାନ୍ତ କରିଯାଇଛି।’’

କିଛି ଦିନ ପୂର୍ବରୁ, ଜିକ୍ୟୁ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତା ବିଜୟ ପ୍ରେମିକା ତମନ୍ନାଙ୍କ ପ୍ରତି ତାଙ୍କର ପ୍ରେମ ସ୍ୱୀକାର କରିଥିଲେ। ‘‘ମୁଁ ତାଙ୍କ ପ୍ରେମରେ ଖୁସି ଏବଂ ପାଗଳ ଅଟେ। ଆପଣ ଭାବିପାରନ୍ତି ଯେ ମୁଁ ମୋର ଭିଲିୟାନ୍‌ ଯୁଗ ଶେଷ କରି ରୋମାନ୍ସ ଯୁଗରେ ପ୍ରବେଶ କରିଛି।’’

ସେହିପରି ଏକ ସାକ୍ଷାତକାରରେ ତମନ୍ନା କହିଥିଲେ, ‘‘ଜଣେ ବ୍ୟକ୍ତି ଅଛନ୍ତି, ଯାହା ବିଷୟରେ ମୁଁ ବହୁତ ଚିନ୍ତା କରେ। କାରଣ ସେ ମୋର ହାପି ପ୍ଲେସ୍‌। ସେ ଜଣେ ଏପରି ବ୍ୟକ୍ତି ଯିଏ ମୋତେ ସମ୍ପୂର୍ଣ୍ଣ ଭାବେ ବୁଝିଛନ୍ତି। ମୁଁ କ’ଣ କରିବାକୁ ଚାହେଁ ତାଙ୍କୁ ନକହିଲେ ବି ସେ ବୁଝି ଯାଆନ୍ତି। ଆମେ ଦୁହେଁ ଆମ ଜୀବନରେ କୌଣସି ପରିବର୍ତ୍ତନ ଚାହୁଁ ନ‌ାହୁଁ। ଯେମିତି ଅଛୁ ଯେମିତି ରହିବାକୁ ଚାହୁଁ।’’

ସମ୍ବନ୍ଧିତ ଖବର