ଏସସିବି ମେଡିକାଲଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଓ ଶିଶୁ ଆଲର୍ଜି ଓପିଡି ଉଦଘାଟିତ

କଟକ: କଟକର ଏସସିବି ମେଡିକାଲଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଓ ଶିଶୁ ଆଲର୍ଜି ଓପିଡି ଉଦଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦଘାଟନ କରିଛନ୍ତି। ଏହାସହ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସିଏମସି କମିସନର ଅନନ୍ୟା ଦାସ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମ ଦିନରେ ଲିଭର ପ୍ରତିରୋପଣ ପାଇଁ ୧୬ ଜଣ ପଞ୍ଜିକରଣ କରିଛନ୍ତି। ଏହିସହ ଶିଶୁରୋଗ ବିଭାଗରେ ଶିଶୁରୋଗୀଙ୍କ ପାଇଁ ଶିଶୁ ଆଲର୍ଜି, ଶ୍ୱାସରୋଗ ଏବଂ ଫୁସଫୁସ ରୋଗ ବହିର୍ବିଭାଗ ବା ଓପିଡି ରହିଛି। ଏଠାରେ ପ୍ରତି ଶୁକ୍ରବାର ଶିଶୁରୋଗୀ ସେବା ପାଇପାରିବେ।

ସମ୍ବନ୍ଧିତ ଖବର