ଅଫଲାଇନ ପରୀକ୍ଷା ବାତିଲ ଦାବିରେ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ଧାରଣା

କଟକ: ଅଫଲାଇନ ପରୀକ୍ଷା ବାତିଲ ଦାବିରେ ଛାତ୍ରୀଙ୍କ ଧାରଣା। କଟକ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅଫଲାଇନ ପରୀକ୍ଷା ବାତିଲ ପାଇଁ ଆଜି କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ଯୁକ୍ତ ତିନି ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ସେମାନଙ୍କ ସେମିଷ୍ଟାର ପରୀକ୍ଷା ବାତିଲ ଏବଂ ମିଡ ସେମ ପରୀକ୍ଷାକୁ ଅନଲାଇନ କରିବା ଦାବିରେ ଧାରଣାରେ ବସିଛନ୍ତି। ପ୍ରତିବାଦ କରିଥିବା ସମୟରେ କଲେଜ ଫାଟକରେ ଛାତ୍ରୀମାନେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି।

ଯଦି ଦାବି ପୂରଣ ନହୁଏ, ଆନ୍ଦୋଳନ ଜାରି ରହିବ ବୋଲି କଲେଜ ଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ପାଠପଢା ଶେଷ ହୋଇନଥିବା ବେଳେ ପରୀକ୍ଷା କିପରି କରାଯାଉଛି ବୋଲି ଆନ୍ଦୋଳନରତ ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ସେପଟେ ଆଜି ଅପରାହ୍ନରେ ଏନେଇ ଏକ ବୈଠକ ଡକାଯାଇଛି ଏବଂ ବୈଠକରେ ଏହି ବାବଦରେ ଆଲୋଚନା କରାଯିବ ବୋଲି ମହାବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର