‘ରାହୁଲ-ରେବନ୍ତ’ ଟିକସ ଆଦାୟ!

ହାଇଦ୍ରାବାଦ: ତେଲେଙ୍ଗାନାର କଂଗ୍ରେସ ସରକାର ଦେଶରେ ଦଳର ନିର୍ବାଚନ ପ୍ରଚାର ପାଇଁ ‘ରାହୁଲ-ରେବନ୍ତ’ (ଆର୍‌ଆର୍‌)ଟିକସ ଆଦାୟ କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଭିଯୋଗ କରିଛନ୍ତି। ଏକ ନିର୍ବାଚନୀ ସଭାରେ ଶାହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ରାଜ୍ୟକୁ କଂଗ୍ରେସର ଏଟିଏମ୍‌ରେ ପରିଣତ କରିଥିବା ଅଭିଯୋଗ କରିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ତେଲେଙ୍ଗାନାର ଲୋକମାନେ ‘ଆର୍‌ଆର୍‌’ ଟିକସରେ ସେମାନଙ୍କ ଟଙ୍କା ହରାଉଛନ୍ତି। ମାଲକାଜଗିରି ଲୋକସଭା ଆସନ ଏବଂ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରି ଗୃହମନ୍ତ୍ରୀ କହିଛନ୍ତି, ଆମର ଦୁଇ ପ୍ରାର୍ଥୀଙ୍କୁ ନିର୍ବାଚିତ କର, ଏହି ଏଟିଏମ୍‌ରୁ ଯେପରି ନଗଦ ଟଙ୍କା ସରିଯିବ ସେଥିପ୍ରତି ଧ୍ୟାନ ଦିଆଯିବ। ପୂର୍ବରୁ ଅନ୍ୟ ଏକ ସଭାରେ ଶାହ କହିଥିଲେ ଯେ ତେଲେଙ୍ଗାନାରୁ ‘ଦିଲ୍ଲୀ ଦରବାର’କୁ ଦୈନିକ ଶହ ଶହ କୋଟି ଟଙ୍କା ପଠାଯାଉଛି।

ସମ୍ବନ୍ଧିତ ଖବର