ଦୁଇଦିନ ହେଲା ଜଳୁଛି ଗନ୍ଧମାର୍ଦ୍ଦନ; ବନ ବିଭାଗ ନାକେଦମ୍

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ରେ ଥିବା ହରିଶଙ୍କର ବନାଞ୍ଚଳ ଅଧୀନ ଗନ୍ଧମାର୍ଦ୍ଦନ ପାହାଡ଼ ଗତ ଦୁଇ ଦିନ ହେଲା ଜଳୁଛି। ବନ ବିଭାଗ ନିଆଁକୁ ଆୟତ୍ତ କରିବାକୁ ନାକେଦମ୍ ହେଉଛି। ବିଭାଗର ୩୦ ଜଣ ଫାୟାର ସ୍କ୍ୱାଡ୍‌ ନିଆଁଲିଭା କାମରେ ଲାଗିଥିଲେ ମଧ୍ୟ ସୋମବାର ସନ୍ଧ୍ୟା ଯାଏଁ ନିଆଁ ଆୟତ୍ତ ହୋଇ ନ ଥିବା ଜଣାଯାଇଛି। ରବିବାର ଗନ୍ଧମାର୍ଦ୍ଦନ ପାହାଡ଼ରେ ନିଆଁ ଲାଗିଥିବା ହରିଶଙ୍କର ମନ୍ଦିର ପାଖ, ନୂଆପାଲି ଗାଁ ଉପରପଟ, କନ୍ଦରାଭଟା, ମହୁଲପାଲି ଉପର ପଟେ ଏବଂ ତୁର୍ଲା ଗାଁ ଉପର ପଟେ ଜଙ୍ଗଲରେ ନିଆଁ ଲାଗିଥିବା ଜଣାଯାଇଛି। ନିଆଁକୁ ଆୟତ୍ତ କରିବାକୁ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ମଧ୍ୟ ସହଯୋଗ କରିଥିବା ଜଣାଯାଇଛି। ଏନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକଙ୍କୁ ପଚାରିବାରୁ କହିଥିଲେ, ହରିଶଙ୍କର ବନପାଳ, ବନରକ୍ଷୀ ସମେତ ୩୦ଜଣ ସ୍କ୍ୱାଡ୍‌ ନିଆଁ ଲିଭାଇବାକୁ ଦୁଇଦିନ ହେଲା ଲାଗିଛନ୍ତି। ଅନେକ ସ୍ଥାନରେ ନିଆଁ ଆୟତ୍ତ ହେଲାଣି। ଏବେ ବି ପାହାଡ଼ରେ ନିଆଁଲିଭା କାମ ଚାଲିଛି ବୋଲି ସେ ପ୍ରକାଶ କରିଥିଲେ। ପ୍ରବଳ ଗରମ ସହ ଅସାମାଜିକ ବ୍ୟକ୍ତି ନିଆଁ ଲଗାଇ ଦେଉଥିବାରୁ ଜଙ୍ଗଲ ଜଳୁଛି।

ସମ୍ବନ୍ଧିତ ଖବର