କେନ୍ଦ୍ରାପଡ଼ା ଲୋକସଭା ଆସନ: ୨ଲକ୍ଷ ସ˚ଖ୍ୟାଲଘୁ, ବଙ୍ଗୀୟ ଭୋଟ୍‌ ଉପରେ ନଜର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ସ˚ଖ୍ୟାଲଘୁ ଓ ବଙ୍ଗୀୟ ଭୋଟର‌୍‌। ଲୋକସଭାର ମୋଟ ମତଦାତାଙ୍କ ମଧୢରେ ଏହା ହେଉଛି ହାରାହାରି ୧୨ ପ୍ରତିଶତ। ପୂର୍ବରୁ ଏହି ଭୋଟର‌୍‌ ପ୍ରାର୍ଥୀଙ୍କ ହାରଜିତ୍‌ର ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ବେଳେ ଏଥର ବି ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହେବାକୁ ଯାଉଛି। ପାଖାପାଖି ୨ ଲକ୍ଷରୁ ଅଧିକ ସ˚ଖ୍ୟାଲଘୁ ଓ ବଙ୍ଗୀୟ ଭୋଟର‌୍‌ ଲୋକସଭା କ୍ଷେତ୍ରରେ ଥିବାରୁ ସ˚ପ୍ରତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଆଉ କ˚ଗ୍ରେସର ଆଖି ଏହି ଭୋଟ୍‌ ଉପରେ ରହିଛି।

ସାତଟି ବିଧାନସଭା କ୍ଷେତ୍ରକୁ ନେଇ କେନ୍ଦ୍ରାପଡ଼ା ଲୋକସଭା ଆସନ ଗଠିତ। ସେଥିମଧୢରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଞ୍ଚ ବିଧାନସଭା କେନ୍ଦ୍ରାପଡ଼ା, ପାଟକୁରା, ମହାକାଳପଡ଼ା, ଆଳି ଓ ରାଜନଗର ଏବ˚ କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନମଣ୍ତଳୀ ଆସୁଛି। ଚୂଡ଼ାନ୍ତ ଭୋଟର‌୍‌ ତାଲିକା ଅନୁସାରେ ଏଥର ଲୋକସଭା କ୍ଷେତ୍ରରେ ମୋଟ୍‌ ମତଦାତାଙ୍କ ସ˚ଖ୍ୟା ହେଉଛି ୧୭ ଲକ୍ଷ ୯୦ହଜାର ୩୯। ସେଥିମଧୢରୁ ପୂରା ୭ଟି ବିଧାନସଭା ଆସନରେ ସ˚ଖ୍ୟାଲଘୁ ଭୋଟର‌୍‌ଙ୍କ ସ˚ଖ୍ୟା ପାଖାପାଖି ୧ଲକ୍ଷ ୩୦ ହଜାର ଥିବା ବେଳେ ବଙ୍ଗୀୟ ଭୋଟର‌୍‌ ୭୦ ହଜାରରୁ ଅଧିକ ହେବେ। ସବୁଠୁ ବଡ଼ କଥା ହେଉଛି, ସ˚ଖ୍ୟାଲଘୁ ଭୋଟର‌୍‌ ପ୍ରାୟତଃ ୭ଟି ଯାକ ବିଧାନସଭା କ୍ଷେତ୍ରରେ ରହିଥିବା ବେଳେ ବଙ୍ଗୀୟ ଭୋଟର‌୍‌ କିନ୍ତୁ କେବଳ ରାଜନଗର ଓ ମହାକାଳାପଡ଼ା ବ୍ଲକ୍‌ରେ ରହିଛନ୍ତି। ସବୁଠୁ ଅଧିକ ପ୍ରଭାବ ମହାକାଳପଡ଼ା ବ୍ଲକ୍‌ରେ ବଙ୍ଗ ଭାଷାଭାଷୀଙ୍କ ରହିଛି। ମହାକାଳପଡ଼ାରେ ରାମନଗର, ଖରିନାସୀ, ବତୀଘର, ପେଟଛେଲା, ବଉଳକଣି, ଜମ୍ଭୁ, ସୁନୀତି, ଗୋଗୁଆ, ନାଞ୍ଜୁରା ପଞ୍ଚାୟତରେ ପାଖାପାଖି ୪୦ହଜାର ଭୋଟର‌୍‌ ଥିବା ବେଳେ ରାଜନଗରରେ ରଙ୍ଗଣୀ, କେରୁଆଁପାଳ, ବାଘମାରୀ, ତାଳଚୁଆ, କୃଷ୍ଣନଗର, ଡାଙ୍ଗମାଳ, ଖମାରସାହି, ଈଶ୍ବରପୁର, ଗୁପ୍ତି, ବ୍ରାହ୍ମଣସାହି ପଞ୍ଚାୟତରେ ଏମାନଙ୍କ ପ୍ରଭାବ ରହିଛି। ଏହି ୧୩ଟି ପଞ୍ଚାୟତରେ ବଙ୍ଗୀୟ ମତଦାତାଙ୍କ ସ˚ଖ୍ୟା ପାଖାପାଖି ପାଖାପାଖି ୩୫ହଜାର ଟପିଯିବ। ମୋଟ୍‌ ହିସାବ କଲେ ସ˚ଖ୍ୟାଲଘୁ ଓ ବଙ୍ଗୀୟ ଭୋଟରଙ୍କ ସ˚ଖ୍ୟା ୨ଲକ୍ଷ ଟପିଯିବ। ଯଦି ଏଥିରୁ ପାଖାପାଖି ୭୦ପ୍ରତିଶତ ମତଦାନ ହୁଏ, ତେବେ ସ˚ଖ୍ୟା ୧ଲକ୍ଷ ୪୦ ଛୁଇଁ ଯାଉଥିବାରୁ ଏହା ପ୍ରାର୍ଥୀଙ୍କ ହାରଜିତ୍‌ରେ ଏକପ୍ରକାର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି।

ଗତ ୨୦୧୯ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତି ପୂର୍ବତନ ସା˚ସଦ ତଥା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କୁ ୧ଲକ୍ଷ ୫୩ ହଜାରରୁ ଅଧିକ ଖଣ୍ତ ଭୋଟ୍‌ରେ ହରାଇ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ବୈଜୟନ୍ତ ପଣ୍ତା ୨୦୦୯ ଓ ୨୦୧୪ରେ ଶାସକ ବିଜେଡି ଟିକେଟ୍‌ରୁ ଲଢ଼ି ଦୁଇ ଥର ବିଜୟୀ ହୋଇଥିଲେ। ସେତେବେଳେ ଯଦିଓ କ˚ଗ୍ରେସ ଖାତାକୁ କିଛି ମାତ୍ରାରେ ସ˚ଖ୍ୟାଲଘୁ ଭୋଟ୍‌ ଯାଉଥିଲା, କିନ୍ତୁ ବଙ୍ଗୀୟ ଭୋଟ୍‌ ତାଙ୍କ ସପକ୍ଷରେ ପଡ଼ୁଥିଲା। ମାତ୍ର କ˚ଗ୍ରେସ ଦୁର୍ବଳ ହେବା ପରେ ସ˚ଖ୍ୟାଲଘୁ ସ˚ପ୍ରଦାୟର ଅଧିକା˚ଶ ଭୋଟ୍‌ ବିଜେଡି ଖାତାକୁ ଯାଉଛି, ଯାହାକି’ ଗତ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଗତ ନିର୍ବାଚନରେ ଶାସକ ଦଳରୁ ପ୍ରାର୍ଥୀ ହୋଇଥିବା ଅନୁଭବଙ୍କ ସପକ୍ଷରେ ସି˚ହଭାଗ ସ˚ଖ୍ୟାଲଘୁ ଭୋଟ୍‌ ପଡ଼ିବାରୁ ତାଙ୍କ ବିଜୟ ସହଜ ହେଇଯାଇଥିଲା। ବୈଜୟନ୍ତ ଯଦିଓ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କଠୁ ଅଧିକ ଭୋଟ୍‌ ପାଇଥିଲେ, କିନ୍ତୁ ସ˚ଖ୍ୟାଲଘୁ ଭୋଟ୍‌ ବିଜେଡି ଖାତାକୁ ଚାଲିଯିବା ତାଙ୍କ ପରାଜୟର ଅନ୍ୟତମ କାରଣ ଥିଲା ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଥିଲେ। ଏଥର ବିଜେଡି ପ୍ରାର୍ଥୀ ବଦଳାଇ ଅ˚ଶୁମାନ ମହାନ୍ତି ମଇଦାନକୁ ଉତାରିଥିବା ବେଳେ ବିଜେପିରୁ ପୁଣିଥରେ ବୈଜୟନ୍ତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କ˚ଗ୍ରେସ ବି ବଦଳାଇ ଯୁବ ଚେହେରା ସିଦ୍ଧାର୍ଥ ସ୍ବରୂପ ଦାଶଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏହି ୨ଲକ୍ଷ ଭୋଟ୍‌ ହିଁ ପ୍ରାର୍ଥୀଙ୍କ ହାରଜିତ୍‌ର ଭାଗ୍ୟ ନିର୍ଣ୍ଣୟ କରୁଥିବାରୁ ବିଜେଡି, ବିଜେପି ଆଉ କ˚ଗ୍ରେସ ସ˚ଖ୍ୟାଲଘୁ ଓ ବଙ୍ଗୀୟ ଭୋଟର‌୍‌ଙ୍କୁ  ନିଜ ସପକ୍ଷରେ ଟାଣିବାକୁ ଉଦ୍ୟମ ଚଳାଇଛନ୍ତି। କାହା ସପକ୍ଷରେ ଏହା ଯିବ, ତାହା ନିର୍ବାଚନ ଫଳାଫଳରୁ ଜଣାପଡ଼ିବ।

ସମ୍ବନ୍ଧିତ ଖବର