ସିଡିଏରେ ଜାତୀୟ ହେୟାର୍‌ ଷ୍ଟାଇଲିଷ୍ଟ ଜାଭେଦ୍‌ ହବିବ୍‌ଙ୍କ ୟୁନିସେକ୍ସ ସେଲୁନ୍‌

କଟକ: ଜାତୀୟ ହେୟାର ଷ୍ଟାଇଲିଷ୍ଟ ଜାଭେଦ୍‌ ହବିବ୍‌ଙ୍କ ଏକ ୟୁନିସେକ୍ସ ସେଲୁନ ସିଡିଏ ସେକ୍ଟର୍‌-୬ଠାରେ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମଥର ପାଇଁ କଟକରେ ଏହି ସେଲୁନ ଖୋଲାଯାଇଛି। ସେଲୁନ୍‌ରେ ସୁଲଭ ମୂଲ୍ୟରେ ଆକର୍ଷଣୀୟ ଚୁଟିକଟାର ଅଫର୍‌ ଏବେ ଚାଲିଛି। କେରୋଟିନ୍‌, ସାଇସେଟିନ୍‌ ଟ୍ରିଟମେଣ୍ଟ, ସ୍ମୁଡନିଂ, ଷ୍ଟ୍ରେଟନିଂ, ନେଲ୍‌ ଆର୍ଟ, ଟାଟୁ, ହେୟାର୍‌ ଟ୍ରିଟମେଣ୍ଟ, ଆଡଭାନ୍ସ ଟ୍ରିଟମେଣ୍ଟ, ବେସ୍‌ ଫେସିଆଲ୍‌ ସହ ବିଭାଘର ପାଇଁ ବ୍ରାଇଡାଲ ମେକଅପ୍‌, ଓପ୍ରି ବ୍ରାଇଡାଲ ପ୍ୟାକେଜ ଯେଉଁଥିରେ ଦୁଇଟି ଫେସିଆଲ, ବଡି ପଲିସିଂ, ବଡି ୱାସ୍‌, ହେୟାର୍‌-ସ୍ପା, ଫେସ୍‌ ବ୍ଲିଚ୍‌, ମେନିକିଓର, ପେଡିକିଓର, ମେକ୍‌-ଅପ୍‌, ଶାଢ଼ି ଡ୍ରାପିଙ୍ଗ ଇତ୍ୟାଦି ରହିବ। ଏହି ସମସ୍ତ ସେବା ୨୦% ପଯ୍ୟନ୍ତ ରିହାତିରେ କରାଯାଉଛି, ଯାହାର ସୁବିଧା ଗ୍ରାହକମାନେ ଉଠାଇ ପାରିବେ। ଜାତୀୟସ୍ତରର ଏହି ସେଲୁନ୍‌ରେ ଚୁଟିକାଟିବା ବା ଟ୍ରିଟମେଣ୍ଟ କରିବା ପାଇଁ ସମସ୍ତେ ଆଗ୍ରହ ଦେଖାଇଥାନ୍ତି।

ତେବେ ସମଗ୍ର ଭାରତରେ ଶତାଧିକ ଶାଖା ରହିଛି। ହବିବ୍‌ ଏକ ଅନ୍ତର୍ଜାତିୟ ସ୍ତରର ବ୍ରାଣ୍ଡ ଭାବେ ଖ୍ୟାତି ଅର୍ଜନ କରିଛି। ବଲିଉଡ ସିନେ ତାରକା, ସେଲିବ୍ରେଟି, କ୍ରିକେଟ୍‌ ତାରକାମାନେ ସାଧାରଣତଃ ହବିବ୍‌ ୟୁନିସେକ୍ସ ସେଲୁନ୍‌ର ସୁବିଧା ନେଇଥାନ୍ତି। ଏବେ ନିଜ ସହରରେ ସ୍ବଳ୍ପ ମୂଲ୍ୟରେ ସୁବିଧା ମିଳୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଏଥିପ୍ରତି ବିଶେଷ ଆଗ୍ରହ ରହୁଛି। ‘ସମ୍ବାଦ’ରେ ପ୍ରକାଶ ପାଇଥିବା କୁପନ ଦେଖାଇଲେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର