ଆତ୍ମରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ୩୦୦ ବାଳିକାଙ୍କ ପାଇଁ ଖୋଲିଲା ତାଲିମ ଶିବିର ‘ବୀରାଙ୍ଗନା’

ଦେବଗଡ: ସାଧାରଣତ ଝିଅମାନେ ବିଭିନ୍ନ ସମୟ ଓ ପରିସ୍ଥିତିରେ ହିଂସାର ଶିକାର ହୋଇଥାନ୍ତି । ଝିଅମାନଙ୍କ ପ୍ରତି କେତେବେଳେ ଅଶ୍ଳୀଳ କମେଣ୍ଟ ତ ପୁଣି କେତେବେଳେ ଯୌନଉତ୍ପୀଡନ ତ ପୁଣି କେତେବେଳେ ଏସିଡ ଆକ୍ରମଣର ଭୟ ଉଭୟ ଝିଅ ଓ ସେମାନଙ୍କ ଅଭିଭାବକଙ୍କୁ ବିବ୍ରତ କରେ । ୧୪ ରୁ ୧୯ ବର୍ଷର ଝିଅମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳ ସୋମେଷ ଉପଧ୍ୟାୟଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ଇନଡୋର ସ୍ଟେଡିୟମଠାରେ ଏକ ୧୫ ଦିନିଆ ମ।ରସ।ଲ ଆର୍ଟ ଓ ଆତ୍ମା ସୁରକ୍ଷା ତାଲିମ ଶିବିରକୁ ଅନୁଷ୍ଟ।ନିକ ଭାବେ ଜିଲ୍ଲାପାଳ ଉପ।ଧ୍ୟାୟ ଉଦଘଟନ କରିଛନ୍ତି ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିବା ଏହି ଶିବିରର ଉଦ୍ଘାଟନୀ ସଭାରେ ଜିଲ୍ଲାପରିଷଦ ଅଧକ୍ଷ୍ୟ କୌଶିକ ପ୍ରଧାନ , ପୌରପରିଷଦର ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଇ , ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ , ଅତିରିକ୍ତ ଜିଲ୍ଲାପାଳ ରେବିକ। ବିଲୁଙ୍ଗ , ଡିଏଫଓ ମଗର ଧନଜୀ ରାଓସୋ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନରହରି ସିଂ , ଜିଲ୍ଲା ମଙ୍ଗଳ ଅଧିକାରୀ ଡୋମନିକ ତପୋ , ଜିଲ୍ଲା କ୍ରିଡା ଅଧିକାରୀ କୈବଲ୍ୟ କର , ନିଜାରତ ଅଧିକାରୀ ସୁଶାନ୍ତ ନାୟକ ପ୍ରମୁଖ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବାଳିକାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରରେ ଜାତୀୟସ୍ତରର କୋଚ ନିତେଇ ଶଙ୍କର ଗୁଇନ , ନର୍ମଦା ଗୁଇନ , ମୁକେଶ ନାୟକ , ଖୁସି ମୁଣ୍ଡ। , ଲିଙ୍ଗରାଜ ପାତ୍ର , ଓ ଅନିଲ ବ।ରଲା ତାଲିମଦ।ତ। ଭାବେ ଯୋଗ ଦେଇଛନ୍ତି । ଏହି ତାଲିମ ଶିବିରକୁ କ୍ରୀଡାବିତ କିଶୋର ରାୟ , ଡିଲେଶ୍ଵର ପ୍ରଧାନ , କିଶୋର ବେହେରା , ଧୀରେନ୍ଦ୍ର ନ।ୟକ , ସୁଧୀର ଦାସ , ପ୍ରଦୀପ ବେହେରା , ଆନନ୍ଦା ବେହେରା , ମୁକୁନ୍ଦ ବେହେରା , ପ୍ରଦୀପ ଛତଋଆ ତଥା ବିଭାଗୀୟ ଅଧିକାରୀ ଚିନ୍ମୟ ସ୍ଵାଇଁ , ଇଉନିସେଫ ଜିଲ୍ଲା ପରାମର୍ଶଦାତା ପୀତବାସବେହେରା ପ୍ରମୁଖ ପରିଚାଳନା କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୩୦୦ରୁ ଅଧିକ ଝିଅ ଅଂଶଗ୍ରହଣ କରିଥିଲେ । ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ ଶିବିର ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ଯେକ ଦିନ ସକଳ ୬ଟା ରୁ ୮ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର