ସମବାୟ ନିର୍ବାଚନ, ୧୦୩ ପଦବି ପାଇଁ ୧୬୧ ପ୍ରାର୍ଥୀ, ୫୪ ଜଣ ନିର୍ଦ୍ବନ୍ଦ୍ବ

ପ୍ରଥମଥର ପାଇଁ ବିଜେଡି ସମର୍ଥକଙ୍କ ହାତକୁ ଗଲା ରାଜନଗର

ରାଜନଗର: ସମବାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଜୁନ ୧୯ରେ ହେବାକୁ ଥିବା ୭ଟି ସେବା ସମବାୟ ସମିତି ନିମନ୍ତେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ଜୁନ ୨୬ ତାରିଖରେ ହେବାକୁ ଥିବା ରାଜନଗର, ଭାଟପଡା, ଡେରା, କୁରୁଂଟି, ଡାଙ୍ଗମାଳ, ଗୋପାଳପୁର, ଫିରିକିଦାଣ୍ତି ପ୍ରଭୃତି ୭ଟି ସେବା ସମବାୟ ସମିତି ପାଇଁ ଆଜି ନାମାଙ୍କନ ଦାଖଲ ସରିଛି। ଭାଟପଡା ସେବା ସମବାୟ ସମିତିର ୧୩ ନମ୍ବର ଓ ୧୫ ନମ୍ବର ଜୋନରେ କେହି ନାମାଙ୍କନ ଦାଖଲ କରିନାହାନ୍ତି। ଏହି ଦୁଇଟି ଜୋନକୁ ବାଦ୍‌ ଦେଲେ ୭ଟି ସେବା ସମବାୟ ସମିତିର ୧୦୩ଟି ନିର୍ଦ୍ଦେଶକ ପଦବି ପାଇଁ ୧୬୧ଜଣ ନାମାଙ୍କନ ଦାଖଲ କରିଛନ୍ତି। ଭାଟପଡା ସେବା ସମବାୟ ସମିତିର ୧୩ଟି ଜୋନ ପାଇଁ ୨୭ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୧୪ନମ୍ବର ଜୋନରେ ୩ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଅନ୍ୟ ସମସ୍ତ ଜୋନରେ ୨ଜଣ ଲେଖାଏ ଦାଖଲ କରିଛନ୍ତି। ଡେରା ସମବାୟ ସମିତିର ୧୫ଟି ଜୋନ ପାଇଁ ୩୦ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରତ୍ୟେକ ଜୋନ ପାଇଁ ୨ଜଣ ଲେଖାଏ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଡାଙ୍ଗମାଳ ସେବା ସମବାୟ ସମିତିରେ ୨୭ଜଣ ନାମାଙ୍କନ ଦାଖଲ କରିଛନ୍ତି। ୧୫ଟି ଜୋନ ମଧ୍ୟରୁ ୫ଟି ଜୋନରେ ତ୍ରିଲୋଚନ ବାରିକ, ନିରଂଜନ ନାୟକ, ପ୍ରଭାତ କୁମାର ବେହେରା, ନାରାୟଣ ଦାସ, ଉର୍ମୀଳା ବାରିକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଫିରିକିଦାଣ୍ତି ସେବା ସମବାୟ ସମିତିରେ ୩୦ଜଣ ନାମାଙ୍କନ ଦାଖଲ କରିଛନ୍ତି। ମମତାମୟୀ ରାଉତ, ମଧୁମିତା ବିଶ୍ବାଳ, ଅରୁଣ କୁମାର ପାତ୍ର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। କୁରୁଂଟି ସେବା ସମବାୟ ସମିତିରେ ୬ ନମ୍ବର ଜୋନ ପାଇଁ ୨ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ ୧୪ଟି ଜୋନ ପାଇଁ ଜଣେ ଲେଖାଏ ନାମାଙ୍କନ ଦାଖଲ କରିଛନ୍ତି। ଅମର କୁମାର ସ୍ବାଇଁ, ଶ୍ରୀଚରଣ ବିଶ୍ବାଳ, ଶ୍ରୀକାନ୍ତ କୁମାର ପ୍ରଧାନ, ସଂଯୁକ୍ତା ମଙ୍ଗରାଜ, ବୀରକିଶୋର ଚରାଇ, ଶିବ ନାରାୟଣ ରାଉତ, ଅଲେଖ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ବିଶ୍ବାଳ, ବିଦ୍ୟାଧର ମଲ୍ଲିକ, ପ୍ରଫୁଲ୍ଲ କୁମାର ସ୍ବାଇଁ, ଯାମିନୀକାନ୍ତ ବେହେରା, କୁଞ୍ଜଲତା ବରାଳ, ଚିତ ରଂଜନ ପରିଡା ପ୍ରମୁଖ ୧୪ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ଗୋପାଳପୁର ସେବା ସମବାୟ ସମିତିର ସମସ୍ତ ଜାମିନୀକାନ୍ତ ବିଶ୍ବାଳ, ଗୟାଧର ଦାସ, ମଧୁସୂଦନ ମୁଦୁଲି, ସୁଧାରାଣୀ ମଣ୍ତଳ, ବାସୁଦେବ ସାମଲ, ସୁବାଷ ଚନ୍ଦ୍ର ପରିଡା, ଅଲେଖ ନାୟକ, ରମେଶ ମିସ୍ତ୍ରୀ, କୁସୁମ ଲତା ରାଉତ, ଚରଣ ଦାସ, ବୃନ୍ଦାବନ ମଳିକ, ସୁଦର୍ଶନ ରାଉତ, ରଣଜିତ ମଣ୍ତଳ, ମାନସ ରଂଜନ ରାଉତ,ବସନ୍ତ କୁମାର ହାତି ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ରାଜନଗର ସେବା ସମବାୟ ସମିତିରେ ୧ନଂ ଜୋନ ପାଇଁ କୁଳମଣି ସେଠୀ ଓ ମହେଶ୍ବର ସେଠୀ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟ ସମସ୍ତ ୧୪ଟି ଜୋନରେ ନିର୍ଦ୍ଦେଶକ ପଦରେ ରଂଜନ କୁମାର ପ୍ରଧାନ, ଦାମୋଦର ପରିଡା, ବାବାଜୀ ମିଶ୍ର, ଖଗେଶ୍ବର ସେଠୀ, ରବି ନାରାୟଣ ଲେଙ୍କା, ଗଣେଷ ଚନ୍ଦ୍ର ସାହୁ, ମାଳତୀ ସ୍ବାଇଁ, ରାଜେନ୍ଦ୍ର ପଢିହାରୀ, ଅକ୍ଷୟ କୁମାର ନାୟକ, ନାରାୟଣ ଦାସ, ଚିତ୍ତରଂଜନ ଦାସ, ଦଧିବାମନ ଭୂୟାଁ, ବିଜୟ କୁମାର ଗୁପ୍ତା, ସୁଭଦ୍ରା ବିଶ୍ବାଳ ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ରାଜନଗର ସେବା ସମବାୟ ସମିତିରେ ବିଜେଡି ସମର୍ଥକମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ରାଜନଗର ସେବା ସମବାୟ ସମିତି ସବୁବେଳେ କଂଗ୍ରେସ ସମର୍ଥକଙ୍କ ଦଖଲରେ ରହି ଆସିଥିଲା। ପ୍ରଥମ ଥର ପାଇଁ ବିଜେଡି ସମର୍ଥକଙ୍କ ଦଖଲକୁ ଯାଇଛି। ମହେଶ୍ବର ନାୟକ, ମାନ ଗୋବିନ୍ଦ ପଲ୍ଲାଇ, ଧ୍ରୁବ ମଳିକ ପ୍ରମୁଖ ନାମାଙ୍କନ ପାଇଁ ରସିଦ କାଟି ଫର୍ମ ଆଣିଥିଲେ ମଧ୍ୟ ନାମାଙ୍କନ ଦାଖଲ କରିନାହାନ୍ତି। ଏହି ୭ଟି ଜୋନ ପାଇଁ ୮ ତାରିଖ ଦିନ ପ୍ରାର୍ଥୀମାନଙ୍କ ଦ୍ବାରା ମନୋନୟନ ପତ୍ର ତନଖି ଓ ପ୍ରମାଣ ସହ ଲିଖିତ ଅଭିଯୋଗ ଦାଖଲ ହେବ। ୯ ତାରିଖ ଦିନ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ମନୋନୟନ ପତ୍ର ଯାଂଚ, ଅଭିଯୋଗ ଶୁଣାଣି ଓ ସଙ୍କେତ ପ୍ରଦାନ କରାଯିବ। ୧୧ ତାରିଖ ଦିନ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୧୨ ତାରିଖ ଦିନ ମନୋନୟନ ପତ୍ର ପ୍ରତ୍ୟାହାର ହେବ। ୧୩ ତାରିଖ ଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୬ ତାରିଖ ଦିନ ଆବଶ୍ୟକ ସ୍ଥଳେ ଭୋଟ ଗ୍ରହଣ ସହିତ ଭୋଟ ଗଣତି ଓ ଫଳାଫଳ ଘୋଷଣଣା ହେବ।

ସମ୍ବନ୍ଧିତ ଖବର