ସାନଖେମୁଣ୍ଡି ବିଧାନସଭା କ୍ଷେତ୍ର : କିଏ ହେବେ ବିଜେଡି ପ୍ରାର୍ଥୀ?

ବ୍ରହ୍ମପୁର, (ପ୍ରଦୀପ ସାହୁ): ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ ବିଧାନସଭା କ୍ଷେତ୍ର ହେଲା ସାନଖେମୁଣ୍ଡି। ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ଜିଲ୍ଲାର ଏହି ଏକମାତ୍ର ଆସନ କଂଗ୍ରେସ ଦଖଲକୁ ଚାଲି ଯାଇଥିଲା। ଅବଶ୍ୟ ୨୦୧୪ରେ ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ସାମ୍ନାକୁ ଆଣି ଏହି ଆସନକୁ ନିଜ ଦଖଲକୁ ଆଣିଥିଲା ବିେଜଡି।

ମୁଣ୍ଡ ଉପରେ ନିର୍ବାଚନ। ଏବେ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିଲାଣି। ଜିଲ୍ଲାରେ କଂଗ୍ରେସ ଟଳମଳ ସ୍ଥିତିରେ ରହିଥିଲେ ମଧ୍ୟ ଏଠାରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରମେଶ ଚନ୍ଦ୍ର ଜେନାଙ୍କ ସକ୍ରିୟ ନେତୃତ୍ବ ଯୋଗୁଁ ଏହି ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ଅନ୍ୟ ଆସନ ତୁଳନାରେ ଅପେକ୍ଷାକୃତ ଭଲ। ଏଥର ମଧ୍ୟ ପୂର୍ବତନ ବିଧାୟକ ରମେଶ ଜେନା କଂଗ୍ରେସରୁ ଏକମାତ୍ର ଆଶାୟୀ ପ୍ରାର୍ଥୀ। ତେବେ ନିର୍ବାଚନ ‌ଯେତିକି ପାଖଉଛି ବିଜେଡି ଓ ବିଜେପିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସେତିକି ବୃଦ୍ଧି ପାଉଛି। ବିଜେଡି‌ରେ ଏବେ ବିଧାୟିକା ନନ୍ଦିନୀ ଦେବୀଙ୍କୁ ମିଶାଇ ୬ଜଣ ଆଶାୟୀ। ବିଜେପିର ଏଠି ଦୃଢ ନେତୃତ୍ବ ନ ଥିବା କାରଣରୁ କଂଗ୍ରେସ ବିଜେଡିରେ ଅନ୍ତର୍ଦ୍ବନ୍ଦ୍ବରୁ ଫାଇଦା ନେବାକୁ ଏବଂ ପୁଣି ଥରେ ଏହି ଆସନ ଦଖଲ କରିବାକୁ ଦଳ ରଣନୀତି ଚଳାଇଥିବା ଚର୍ଚ୍ଚା ଧରିଛି।

ଚଳିତ ନିର୍ବାଚନରେ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ହେବାକୁ ଯାଉଛି। ଆଉ ଏହି ଆସନରେ କଂଗ୍ରେସର ସ୍ଥିତି ଭଲ ଥିବାରୁ କଂଗ୍ରେସ ଭାଗରେ ପଡିବ ବୋଲି କୁହାଯାଉଛି। କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ଏକମାତ୍ର ଆଶାୟୀ ପ୍ରାର୍ଥୀ ରହିଛନ୍ତି। କିନ୍ତୁ ବିଜେଡି ଓ ବିଜେପିରେ ଏକାଧିକ ଆଶାୟୀ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ବି‌ଜେଡିରୁ ବର୍ତ୍ତମାନର ବିଧାୟିକା ନନ୍ଦିନୀ ଦେବୀଙ୍କ ବ୍ୟତୀତ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ର ସଭାପତି ତଥା ପୂର୍ବତନ ଆସିକା ଏମ୍‌ପି ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସମୀର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ନିବେଦିତା ପ୍ରଧାନ, ଓସକାର୍ଡ଼ ସଭାପତି ଯୋଗେନ୍ଦ୍ର ସ୍ବାଇଁ ଓ ଯୁବନେତା ଓ ସମାଜସେବୀ ମଙ୍ଗୁଳୁ ପାତ୍ର ମଧ୍ୟ ଆଶାୟୀ ଭାବେ ଉଭା ହୋଇଛନ୍ତି। େକବଳ ସେତିକି ନୁେହଁ, ଗତଥରର ବିେଜପି ପ୍ରାର୍ଥୀ ଶ୍ରୀ େଦବ ମଧ୍ୟ ଇତିମଧ୍ୟରେ ବିେଜଡିେର େଯାଗ ଦେଇସାରିଲେଣି।

ଉେଲ୍ଲଖଥାଉକି, ଲତିକା ଗତ ଥର କବିସୂର୍ଯ୍ୟନଗର ଆସନରୁ ବିଜେଡି ଟିକେଟ୍ ପାଇଥିଲେ। କିନ୍ତୁ ଖଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କୁ ପୁଣି ପ୍ରାର୍ଥୀ କରାଯିବା ଲାଗି ତାଙ୍କ ସମର୍ଥକ ଅଡ଼ି ବସିବାରୁ ଲତିକାଙ୍କ ଟିକେଟ ବାତିଲ କରି ସୁଜ୍ଞାନଙ୍କୁ ବିଜେଡି ଟିକେଟ ମିଳିଥିଲା।

ଆସନ୍ତା ୨୮ତାରିଖରେ ମୁଖ୍ୟମନ୍ତ୍ରୀ ସାନଖେମୁଣ୍ଡି ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନନ୍ଦିନୀ ଦେବୀ ଏବଂ ଲତିକା ଉଭୟେ ସମାନ୍ତରାଳ ପ୍ରସ୍ତୁତି ବୈଠକ କରିଥିବା ରାଜନୀତିକୁ ଚଳଚଞ୍ଚଳ କରିଛି। ତୃଣମୂଳ ସ୍ତରରେ ବିଜେପି ସଂଗଠନ ସଜାଡୁଥିବା ବେଳେ ଦଳ ପକ୍ଷରୁ ଦୁଇଜଣ ବିଜୟ ସ୍ବାଇଁ ଓ ପ୍ରଦୀପ ପତ୍ରୀ ଆଶାୟୀ ରହିଥିବା ଜଣାପଡିଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ନନ୍ଦିନୀ ଦେବୀ        ୬୧୭୭୩
କଂଗ୍ରେସ    ରମେଶ ଚନ୍ଦ୍ର ଜେନା  ୫୩ ୫୫୧
ବିଜେପି     ବୀରକିଶୋର ଦେବ  ୬୦୫୩

ସମ୍ବନ୍ଧିତ ଖବର