ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ହାତୀଙ୍କ ଉପଦ୍ରବ

ଯୋଡା: ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ହାତୀଙ୍କ ଉପଦ୍ରବର ଖବର ମିଳିଛି। ଏହାଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଛି। ହାତୀପଲ ସୀମାନ୍ତ ଗ୍ରାମ ଅଳଙ୍ଗ।ପାଳନ, କୁଡ଼ପି, ମଙ୍ଗଳପୁର, କଙ୍କଡପ।ଟ, କୁଟାରିପଶି ଗାଁରେ ୫ ଦିନ ହେବ ଧାନ ଚଷା ଉପରେ ଉପଦ୍ରବ ଚଳାଇଛନ୍ତି।
ଏହି ହାତୀପଲରେ ୨୨ଟି ହାତୀ ଅଛନ୍ତି। ହାତୀ ପଲ ଅତି ଭୟଙ୍କର ଭାବେ ଗାଁ ଗାଁରେ ଉପଦ୍ରବ ଚଳାଇଥିବାରୁ ଲୋକେ ଆତଙ୍କିତ ହୋଇ ରାତି ଉଜାଗର ହେଉଛନ୍ତି। ବନ ବିଭାଗ ହାତଗଣତି ସ୍କ୍ୱାଡ କର୍ମଚାରୀ ଥିଲେ ହେଁ ହାତୀ ଘଉଡ଼ାଇବାରେ ବିଫଳ ହେଉଛନ୍ତି। ହାତୀପଲ ଗତକାଲି ଝାଡ଼ଖଣ୍ଡ ସୀମାନ୍ତ ନେପାଙ୍ଗ ଜଙ୍ଗଲକୁ ଯାଇଥିବା ଜଣାପଡ଼ିଛି। ଗତ ୬ ଦିନ ହେବ ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ଗାଁଗୁଡ଼ିକରେ ଏହି ହାତୀପଲ ଲୋକଙ୍କ ନିଦ ହଜେଇ ଦେଇଛନ୍ତି।
କରିବାରେ ସଫଳ ହୋଇନାହିଁ।

ସମ୍ବନ୍ଧିତ ଖବର