ନିରାକାରପୁର: ହୋଲି ଖେଳ ପରେ ଶୁକ୍ରବାର ଅପରାହ୍ଣରେ କମେଣ୍ଟ ମରାକୁ କେନ୍ଦ୍ର କରି ଜଣେ ଲୋକଙ୍କ ଗୋଷ୍ଠୀ ସଂଘର୍ଷରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ମା’-ଭଉଣୀ ସମେତ ୩ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆ ଗାଁରେ ସନ୍ତୋଷ ପାତ୍ର ହୋଲି ଖେଳ ସାରି ଗାଧୋଇଯିବା ପୂର୍ବରୁ ଗାଁ ମୁଣ୍ଡରେ ସାଙ୍ଗମାନଙ୍କ ସହିତ ବସିଥିଲେ। ଏହି ସମୟରେ ବେଙ୍ଗରା ଗ୍ରାମର ମଦ୍ୟପାନ କରିଥିବା ଖଜୁରିଆ ଗାଁର କିଛି ଯୁବକ ବାଇକରେ ଯାଉଥିଲେ। ସେମାନେ ଗାଁ ମୁଣ୍ଡରେ ବସିଥିବା ଯୁବକମାନଙ୍କୁ ଦେଖି କମେଣ୍ଟ ମାରିଥିଲେ। ଫଳରେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଭୟାନକ ରୂପ ନେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବେଙ୍ଗରା ଗ୍ରାମର ଯୁବକମାନେ ସନ୍ତୋଷକୁ ପିଟୁଥିବା ଦେଖି ମା’ ଓ ଭଉଣୀ ସେଠାରେ ପହଞ୍ଚି ଥିଲେ। ନିସ୍ତୁକ ମାଡ଼ ଖାଇଥିବା ସନ୍ତୋଷର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ, ମା’, ଭଉଣୀ ଓ ଗାଁର ଜଣେ ଲୋକ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ଗାଁରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ଗାଁ ଲୋକେ ମୃତକ ପରିବାରକୁ କ୍ଷତି ପୂରଣ ଦାବି କରି ରାସ୍ତାରୋକ କରିଛନ୍ତି। ଅପରାହ୍ଣ ୪ଟାରୁ ହୋଇଥିବା ରାସ୍ତାରୋକ ସଂନ୍ଧ୍ୟା ସୁଦ୍ଧା ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଖୋର୍ଦ୍ଧା ଏସ୍ପି ଦୀପ୍ତି ରଂଜନ ରାୟ ଓ ସ୍ଥାନୀୟ ତହସିଲଦାର ଆଶିଷ ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।