ସ୍କୁଲ ଟଏଲେଟରେ ଛାତ୍ର ଅସଦାଚରଣର ଶିକାର

ବେଙ୍ଗାଲୁରୁ: ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ସ୍କୁଲର କର୍ମଚାରୀ ଜଣେ ପ୍ରଥମଶ୍ରେଣୀ ଛାତ୍ରକୁ ଅସଦାଚରଣ କରିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁବାର ପୁଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଶ୍ରୀନିବାସ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ପ୍ରଥମ ଶ୍ରେଣୀରେ ପାଠପଢ଼ୁଥିବା ଛଅବର୍ଷର ଛାତ୍ର ସ୍କୁଲର ଟଏଲେଟକୁ ଆସିଥିଲା। ଏହି ସମୟରେ ସେହି ସ୍କୁଲରେ କାମ କରୁଥିବା ଜଣେ କର୍ମଚାରୀ ଉକ୍ତ ଛାତ୍ର ପାଖକୁ ଯାଇ ଡରାଇଧମକାଇ ତା’ ସହିତ ଅସଦାଚରଣ କରିଥିଲା। ଛାତ୍ର ଭୟରେ କାନ୍ଦିବାକୁ ଲାଗିଥିଲା,ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚାଲିି ଯାଇଥିଲା। ପିଲାଟି ଏହି ଘଟଣା ସମ୍ପର୍କରେ ଘରେ ଜଣାଇବା ପରେ ପୀଡିତର ପିତା ଏନେଇ ପୁଲିସ ଓ ସ୍କୁଲ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ସ୍କୁଲରେ ପାର୍ଟ ଟାଇମ୍‌ କାମ କରିବାକୁ ଆସିଥିଲା ବୋଲି ଜଣାପଡ଼ିଛି। ପୁଲିସ ଉକ୍ତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି। ପୁଲିସକୁ ସନ୍ଦେହ ହୋଇଛି କି ଅଭିଯୁକ୍ତ ଏହି ପିଲା ବ୍ୟତୀତ ଅନ୍ୟ କୌଣସି ପିଲାଙ୍କୁ ତାର ଶିକାର ବନାଇ ନାହିଁ ତ! ଏନେଇ ତଦନ୍ତ ଆରମ୍ଭ କରିବା ସହିତ ସ୍କୁଲର ପିଲାଙ୍କୁ ଉକ୍ତ ଯୁବକ ସମ୍ପର୍କରେ ପଚାରଉଚରା ଆରମ୍ଭ କରି ଦେଇଛି ପୁଲିସ।

ସମ୍ବନ୍ଧିତ ଖବର