କୋଟିଆ ଗସ୍ତରେ ସାଂସଦ ସପ୍ତଗିରି, କଲେ ସମୀକ୍ଷା 

କୋରାପୁଟ : ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ବୁଲି ଦେଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । କୋଟିଆକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପରେ ଆଜି ଦ୍ବିତୀୟ ଥର ପାଇଁ ଗସ୍ତକରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଜି ସାଂସଦ କୋଟିଆ ପଂଚାୟତର ତଳ ଗଞ୍ଜେଇପଦର, ଫାଟୁସ‌େନେରୀ, ପାଗୁଣ ସ‌େନେରୀ, ମାଡକାର, ଜାନିଗୁଡା, କୋଟିଆ ଓ କରଞ୍ଜଗୁଡା ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରି ଅଞ୍ଚଳର ସମସ୍ୟା ବିଷୟରେ ବୁଝିଥିଲେ । କିପରି ପ୍ରଶାସନର ଅପହଞ୍ଚ ଯୋଗୁଁ ଏହାକୁ ଆନ୍ଧ୍ର ଟାଣି ଦେବାକୁ ଯାଉଛି ତାହା ଜାଣିବାକୁ ପାଇଥିଲେ।

ଏନେଇ ସାଂସଦ କହିଛନ୍ତି ଯେ ଆଜି ଏନେଇ ବହୁ ଗାଁରେ ଆଲୋଚନ କରି ଜାଣିବାକୁ ପାଇଲି ଯେ ପ୍ରଶାସନ ଏହି ଲୋକଙ୍କ ନିକଟରର ହେଉନି । ସବୁ କ୍ଷେତ୍ରରେ ସେମାନେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ସରକାରଙ୍କ ବିଭିନ୍ନ ସେବା ଯୋଗାଇ ନ ଯିବାରୁ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି । ଯଦି ପ୍ରଶାସନ ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦେବ ତେବେ କୌଣସି ସମସ୍ୟା ହେବ ନାହିଁ । ସ୍ବାଧୀନତା ପରେ ଏହି ଅଞ୍ଚଳରେ ଖାଲି ଯେ ତ୍ରିସ୍ତରୀୟ ନିର୍ବାଚନ ହୋଇଛି ତାହା ନୁହେଁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଛି । ଏହି ଅଞ୍ଚଳରେ ଓଡ଼ିଶା ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେତାଏ ଜିତିଛନ୍ତି । ଆନ୍ଧ୍ର କେବେ ଏହିଠାରେ ନିର୍ବାଚନ କରିନି, କେବଳ ମନୋନୀତ କରିଥିଲା । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଏହା ଉପରେ ଆଲୋଚନା ହେବ। ପୂର୍ବତନ ବିଧାୟକ ରାମ ଚନ୍ଦ୍ର କାଡାମ, ନିମାଇଁ ସରକାର, ରୂପକ ତୁରୁକ ଓ ଅର୍ଜୁନ ବଙ୍କା ଶୁକ୍ରା ଖରାଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର