ମୟୁରଭଞ୍ଜରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋରୋଡା ବ୍ଲକ ଅନ୍ତର୍ଗତ ହଳଦୀପାଳ ଗାଁର ଜଗଦିଶ ବେହେରା କୀଟନାଶକ ପିଇ ଦେଇଥିଲେ। ଋଣ କରି ଚାଷ କରିଥିବା ଦେଢ ଏକର ଜମିରେ ଧାନ ଗଜା ମାରି ଯିବାରୁ ଚାପରେ ପଡି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେ ମଙ୍ଗଳବାର କୀଟନାଶକ ପିଇ ଥିଲେ। ଜଗଦିଶଙ୍କୁ ତୁରନ୍ତ ପ୍ରଥମେ ବାରମାଇଲ ଡାକ୍ତରଖାନା ଓ ତା ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଅଣା ଯାଇଥଲା।ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡମେଡିକାଲ ସ୍ଥାନାନ୍ତରିତ କରାଯାଇ ଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ରାତିରୁ ଜଗଦିଶଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର