ଯୋଗ୍ୟ ଆଦିତ୍ୟନାଥଙ୍କ ରାଲିରେ ମୁସଲମାନ ମହିଳାଙ୍କୁ ବୁର୍ଖା ଖୋଲିବାକୁ କହିଲା ପୁଲିସ୍‌, ଭିଡିଓ ହେଲା ଭାଇରାଲ୍‌

ବାଲିଆ: ଉତ୍ତରପ୍ରଦେଶର ବାଲିଆଠାରେ ମଙ୍ଗଳବାର ଆୟୋଜିତ ହୋଇଥିବା ଯୋଗୀ ଆଦିତ୍ୟନାଥଙ୍କ ଏକ ରାଲିରେ ଯୋଗ ଦେଇଥିବା ଜଣେ ମୁସଲ୍‌ମାନ ମହିଳାଙ୍କୁ ପୁଲିସ୍‌ ବୁର୍ଖା ଖୋଲିବା ପାଇଁ କହିବା ଘଟଣା ଚର୍ଚ୍ଚା ପାଲଟିଛି। ପୁଲିସ୍‌ ମହିଳା ଜଣଙ୍କୁ ସଭା ମଧ୍ୟରେ ବୁର୍ଖା ଖୋଲିବା ପାଇଁ କହୁଥିବା ସମୟର ଏକ ଭିଡିଓ ଭାଇରାଲ୍‌ ହୋଇଛି।

ଏହି ମାମଲାରେ ପ୍ରତିକ୍ରିୟା ପ୍ରକାଶ କରି ବାଲିଆ ଏସ୍‌ପି ଅନୀଲ କୁମାର କହିଛନ୍ତି ଯେ ଏଭଳି କୌଣସି ଘଟଣା ଘଟିଥିବାର ତାଙ୍କ ନିକଟରେ ସୂଚନା ନାହିଁ। ସେ ଆହୁରି ବି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ କଳା ପୋଷାକ କିମ୍ବା କୌଣସି ପ୍ରକାର କଳା କପଡ଼ା ପ୍ରଦର୍ଶନ ନ କରିବା ପାଇଁ ପୂର୍ବରୁ ସୂଚୀତ କରାଯାଇଥିଲା। ଶେଷରେ ସେ କହିଛନ୍ତି ଯାହା ବି ହେଉ, ମାମଲାର ଦତନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ।

ମହିଳା ଜଣକ କହିଛନ୍ତି ଯେ ସେ ନିଜେ ବି ଜାଣନ୍ତି ନାହିଁ କାହିଁକି ତାଙ୍କୁ ବୁର୍ଖା ଖୋଲିବା ପାଇଁ କୁହାଗଲା। ଉଲ୍ଲେଖଯୋଗ୍ୟ, ଉଭୟ ମହିଳା ଓ ତାଙ୍କ ସ୍ୱାମୀ ଦୁହେଁ ହେଉଛନ୍ତି ବିଜେପି କର୍ମକର୍ତ୍ତା।

ଶନିବାର ମିରଟଠାରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ନିର୍ବାଚନ ବୈଠକରେ ସମ୍ବୋଧିତ କରୁଥିବା ବେଳେ କେତେ ଜଣ କଳା ପତାକା ପ୍ରଦର୍ଶନ କରି ଏହାକୁ ବିରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ବିଜେପି ସମର୍ଥକ ଧରି ପୁଲିସ୍‌ରେ ଦେଇଥିଲେ। ଏହି ବୁର୍ଖା ଘଟଣାଟି ଠିକ୍‌ ତା’ର ପରଦିନ ଘଟିଥିବା ଦେଖିବାକୁ ମିଳିଛି।

ଯୋଗୀ ଆଦିତ୍ୟନାଥ ରାଜ୍ୟର ମୁନିସପାଲିଟି ନିର୍ବାଚନ ପାଇଁ ସର୍ବସାଧାରଣରେ ଦେଉଥିବା ବକ୍ତବ୍ୟ ସମୟରେ କିଛି ବିରୋଧୀ ଏପରି ଆଚରଣ ପ୍ରଦର୍ଶନ କରିଥିଲେ ବୋଲି ରିପୋର୍ଟ ରହିଛି।

ସମ୍ବନ୍ଧିତ ଖବର